ପ୍ରମୂଖ ଖବର
  • ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ବୁଢ଼ୀଘରା ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ
  • ||
  • ଚିନ୍ତା ବଢ଼ାଇଛି କରୋନାର ନୂଆ ଭାରିଆଣ୍ଟ: ସିଙ୍ଗାପୁର, ହଂକଂରେ ବଢ଼ିଲା ସଂକ୍ରମଣ, ଚୀନ୍‌ ଓ ଥାଇଲାଣ୍ଡକୁ ଆଲର୍ଟ ଜାରି
  • ||
  • IPL 2025 : ଆଜି ସୁପରକିଙ୍ଗ୍‌ସ-ରାଜସ୍ଥାନ ରୟାଲ୍ସ ମୁକାବିଲା
  • ||
  • ଯୁଦ୍ଧବିରତି ପାଇଁ ରାଜି ହେଲା ଋଷ; ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ହେଲା ଫୋନରେ ବାର୍ତ୍ତାଳାପ
  • ||
  • ଆସନ୍ତା ୨୧ରୁ ୨୩ ଯାଏ ବଢ଼ିବ କାଳବୈଶାଖୀ, ଆଜି ୧୮ ଜିଲ୍ଲାକୁ ଆଲର୍ଟ ଜାରି: ଉପକୂଳ ଗରମ ଓ ଗୁଳୁଗୁଳି ଜାରି
  • ||

ରୋହିତ-ସୂର୍ଯ୍ୟକୁମାରଙ୍କ ଧୁଆଁଧାର ପ୍ରଦର୍ଶନ; ୯ ଓ୍ବିକେଟରେ ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ

Published By : Prameya | April 20, 2025 11:02 PM

Image source: ABP Live

ମୁମ୍ବାଇ,୨୦/୦୪: ଆଇପିଏଲ୍‌ ୨୦୨୫ର ୩୮ ତମ ମ୍ୟାଚ୍‌ରେ ଏକ ଆକର୍ଷଣୀୟ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଚେନ୍ନାଇ ଠାରୁ ମ୍ୟାଚ୍‌ ଛଡ଼ାଇ ଆଣିଛି ଏମ୍‌ଆଇ। ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ସିଏସ୍‌କେ ଦଳ ପ୍ରଥମେ ବ୍ୟାଟିଂ କରି ୧୭୬ ରନ୍ ସଂଗ୍ରହ କରିଥିଲା।| ଏହାର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୧୬ ଓଭରରେ ୯ ଟି ୱିକେଟ୍ ବାକି ରହି ନିଜ ଘରୋଇ ଗ୍ରାଉଣ୍ଡରେ ମ୍ୟାଚ୍ ଜିତିଥିଲା। ବିଜୟର ହ୍ୟାଟ୍ରିକ୍ ସ୍କୋର କରି ଏମ୍‌ଆଇ ବର୍ତ୍ତମାନ ପ୍ଲେ ଅଫ୍ ପାଇଁ ଆଶା ବଢ଼ାଇଛି। 

୧୭୭ ରନର ଲକ୍ଷ୍ୟର ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ବହୁତ ଭଲ ଆରମ୍ଭ କରିଥିଲା। ରୋହିତ ଶର୍ମା ଏବଂ ରିଆନ୍ ରିକେଲଟନ୍ ୬୧ ରନ୍‌ର ଏକ ଚମତ୍କାର ଓପନିଂ ଭାଗିଦାରୀ କରିଥିଲେ। ୨୪ ରନ୍ ସ୍କୋର କରିବା ପରେ ରିକେଲଟନ୍ ଆଉଟ୍ ହୋଇଥିଲେ। ଏହା ପରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଚେନ୍ନାଇ ସୁପର କିଙ୍ଗ୍ସ ବୋଲରଙ୍କୁ ନିର୍ଧୁମ ପିଟିଥିଲେ।ରୋହିତ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ୧୧୪ ରନର ଭାଗିଦାରୀ ହୋଇଥିଲା। ସ୍ପିନରଙ୍କ ପ୍ରଦର୍ଶନ କରିବାରେ ବିଫଳତା ସିଏସ୍‌କେ ପାଇଁ ସମସ୍ୟାର ମୂଳ କାରଣ ପାଲଟିଥିଲା। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ସ୍ପିନରମାନେ ୧୦ ଓଭର ବୋଲିଂ କରିଥିଲେ ସୁଦ୍ଧା ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ।

ସିଏସକେର ବୋଲିଂ ୟୁନିଟ୍ ମୁମ୍ବାଇ ଇଣ୍ଡିଆନ୍ସର ଟପ୍ ଅର୍ଡରକୁ ମଧ୍ୟ ଭେଦ କରିପାରିଲା ନାହିଁ। ୨୪ ରନ୍ ସ୍କୋର କରିବା ପରେ ରିଆନ୍ ରିକଲେଟନ୍ ଆଉଟ୍ ହୋଇଥିଲେ ମଧ୍ୟ, ତାଙ୍କ ଓ୍ବିକେଟ ପରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଯାଦବ ଚୌକା ଓ ଛକା ବର୍ଷା ଦଳକୁ ବିଜୟ ଭେଟି ଦେଇଥିଲା। ମିଳିତ ଭାବେ ସେମାନେ ୧୧୪ ରନର ଏକ ଭାଗିଦାରୀ ଇନିଂସ କରିଥିଲେ। ରୋହିତ ଶର୍ମା ୪୫ଟି ବଲ୍‌ରେ ୪ ଚୌକା ଓ ୬ଟି ଛକା ମାରି ମୋଟ ୭୬ ରନ୍‌ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୩୦ ବଲ୍‌ରେ ୬ଟି ଚୌକା ଓ ୫ଟି ଛକା ସହାୟତାରେ ୬୮ ରନ୍‌ର ଏକ ଉପଯୋଗୀ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏଥିସହିତ ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୧୫.୪ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.