ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

Kunal Kamra: ଏକନାଥ ସିନ୍ଧେଙ୍କୁ ନେଇ କମେଡି କରିବା ଘଟଣା; କାମରାଙ୍କ ଘରେ ପହଞ୍ଚିଲା ମୁମ୍ୱାଇ ପୋଲିସ

Published By : Bijay Swain | March 31, 2025 7:41 PM

Image courtesy: indiatoday

ନୂଆଦିଲ୍ଲୀ: କମେଡିଆନ କୁନାଲ କାମରାଙ୍କ ଘରେ ପହଞ୍ଚିଲା ମୁମ୍ୱାଇ ପୋଲିସ। ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ନେଇ କମେଡି କରିବା ପରେ ହୋଇଥିବା ବିବାଦକୁ ନେଇ ମୁମ୍ୱାଇ ପୋଲିସ ନିକଟରେ ଅନେକ ଅଭିଯୋଗ ହୋଇଥିଲା। ଖାର ପୋଲିସ ଥାନା ପକ୍ଷରୁ ଏନେଇ କାମରାଙ୍କୁ ସମନ ମଧ୍ୟ ପଠାଯାଇଥିଲା। ହେଲେ ସେ ଥାନାରେ ପହଞ୍ଚି ନପାରିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲା ବୋଲି ଜଣାପଡିଛି। 

ପୋଲିସ କାମରାଙ୍କ ନିକଟକୁ ଦୁଇଟି ସମନ ପଠେଇଛି। ମାର୍ଚ୍ଚ ୨୪ ତାରିଖରେ ଶିବ ସେନା ବିଧାୟକ ମୁର୍ଜି ପଟେଲଙ୍କ ଦ୍ୱାରା କାମରାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିଲା। ଏହା ସହ କାମରାଙ୍କ ବିରୋଧରେ ଖାର ପୋଲିସ ଥାନାରେ ଆଉ ୩ଟି ମାମଲା ମଧ୍ୟ ରୁଜୁ ହୋଇଛି। ଏହା ମଧ୍ୟରୁ ଜଳଗାଓଁ ସହରର ମେୟରଙ୍କ ଦ୍ୱାରା ଗୋଟିଏ, ହୋଟେଲ ପକ୍ଷରୁ ଗୋଟିଏ ଓ ନାସିକର ଜଣେ ବ୍ୟବସାୟୀଙ୍କ ଦ୍ୱାରା ଗୋଟିଏ ମାମଲା ରୁଜୁ କରାଯାଇଛି ବୋଲି ମୁମ୍ୱାଇ ପୋଲିସ ସୂଚନା ପ୍ରଦାନ କରିଛି। 

ସୂଚନା ମୁତାବକ, ଗତ ମାର୍ଚ୍ଚ ୨୩ ତାରିଖରେ କୁନାଲ କାମରାଙ୍କ ଏକ ନୂଆ ଶୋ ରିଲିଜ ହୋଇଥିଲା। ଯେଉଁଥିରେ କାମରା ଦିଲ୍ ତୋ ପାଗଲ ହେ ଜି ସ୍ୱରରେ ଗୀତ ଗାଇ ଏକନାଥ ସିନ୍ଧେଙ୍କୁ ନେଇ କମେଡି କରିଥିଲେ। ଏହି ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ କେତେକ ଶିବସେନା କାର୍ଯ୍ୟକର୍ତ୍ତା ଶୋ ସୁଟ ହୋଇଥିବା ହାବିଟାଟ ହୋଟେଲରେ ପହଞ୍ଚି ଭଙ୍ଗାରୁଜା ଆରମ୍ଭ କରିଦେଇ
 ଥିଲେ। ଏହାର ଦିନକ ପରେ ବିଏମସି ମଧ୍ୟ ଏହି ଷ୍ଟୁଡିଓର କେତେକ ଅଂଶକୁ ଭାଙ୍ଗିଦେଇଥିଲା। 

ଏହି ଘଟଣାକୁ ନେଇ ବିବାଦ ଆରମ୍ଭ ହେବା ପରେ କାମରା ଏହାକୁ ନେଇ କ୍ଷମା ପ୍ରର୍ଥନା କରିବେ ନାହିଁ ବୋଲି ସିଧାସଳଖ ମନା କରିଥିଲେ। ଏହା ସହ ଶିବସେନା କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ହୋଟେଲରେ ହୋଇଥିବା ଭଙ୍ଗାରୁଜା ପାଇଁ ସେ ଶିବସେନାକୁ କଡା ସମାଲୋଚନା କରିଥିଲେ। “ମୁଁ ଆଦୌ ଭୁଲ ମାଗିବି ନାହିଁ। ମୁଁ ହିଂସାକାରୀଙ୍କୁ ଭୟ କରେନା। ସେମାନଙ୍କୁ ଡରି ମୁଁ ଘରେ ଲୁଚିପାରିବି ନାହିଁ” ବୋଲି ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଉଲ୍ଲେଖ କରିଥିଲେ। 

ତେବେ ଗତ ଶୁକ୍ରବାର ଦିନ ମଦ୍ରାସ ହାଇ କୋର୍ଟ କାମରାଙ୍କୁ ଅଗ୍ରୀମ ଜାମିନ ପ୍ରଦାନ କରିଥିଲେ। ତେବେ ମୁମ୍ୱାଇରୁ ଯାଇଥିବା ପୋଲିସ ଟିମକୁ ସେ ଅଗ୍ରୀମ ଜାମିନ ଅର୍ଡର ଦେଖୈାଇବାରୁ ସେମାନେ ସେଠାରୁ ଚାଲିଆସିଥିଲେ। ତେବେ ସେ ବର୍ତ୍ତମାନ କୋର୍ଟରେ ଟ୍ରାନ୍ଜିଟ ଆଣ୍ଟି ସିପେଟ୍ରି ଜାମିନ ପାଇଁ ଆବେଦନ କରିଥିବା ଜଣାପଡିଛି। ବର୍ତ୍ତମାନ ସୁଦ୍ଧା ତାଙ୍କୁ ଅନେକ ଧମକପୂର୍ଣ୍ଣ କଲ ଆସି ସାରିଥିବା ତାଙ୍କ ଓକିଲ କୋର୍ଟକୁ ଜଣାଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.