ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

Kunal Kamra: ଏକନାଥ ସିନ୍ଧେଙ୍କୁ କଟାକ୍ଷ କରିବା ପ୍ରସଙ୍ଗ; କମେଡିଆନ କୁନାଲ କାମ୍ରାଙ୍କ ନିକଟକୁ ପତ୍ର ଲେଖିଲା ମୁମ୍ୱାଇ ପୋଲିସ

Published By : Bijay Swain | April 6, 2025 8:50 PM

ନୂଆଦିଲ୍ଲୀ: ଷ୍ଟାଣ୍ଡ-ଅପ୍ କମେଡିଆନ୍ କୁନାଲ କାମ୍ରା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ମୁମ୍ବାଇ ପୋଲିସକୁ ତଦନ୍ତ ପାଇଁ ତିନିଥର ସମନ ଜାରି ହେବା ସତ୍ତ୍ୱେ ଥାନାରେ ହାଜର ହୋଇ ନାହାଁନ୍ତି। ଏଥିପାଇଁ ସେ ମୁମ୍ବାଇ ପୋଲିସକୁ ଏକ ଚିଠି ଲେଖି ନିଜ ବୟାନ ଭିଡିଓ କନଫରେନ୍ସିଂ ଜରିଆରେ ରେକର୍ଡ କରିବାକୁ ଅନୁରୋଧ କରିଛନ୍ତି। ଏକ ଷ୍ଟାଣ୍ଡ-ଅପ୍ ଶୋ’ର ଏକନାଥ ଶିନ୍ଦେଙ୍କୁ ‘ଗଦ୍ଦାର’ (ବିଶ୍ୱାସଘାତକ) ବୋଲି କଟାକ୍ଷ କରିଥିବା ଭିଡିଓ ଭାଇରାଲ ହେବା ପରେ ବିବାଦ ଆରମ୍ଭ ହୋଇଥିଲା।

ଖାର ପୋଲିସ ଷ୍ଟେସନ କାମ୍ରାଙ୍କୁ ତିନିଟି ସମନ ଜାରି କରିଥିଲା। ଯେଉଁଥିରେ ସେ ଏପ୍ରିଲ ୫ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କାମ୍ରା ଏହାକୁ ଅଣଦେଖା କରିଥିଲେ। ଏପ୍ରିଲ ୨ ତାରିଖରେ ତୃତୀୟ ସମନ ଜାରି ହେବା ପରେ ସେ ପୋଲିସକୁ ଚିଠି ଲେଖି ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୟାନ ଦେବାକୁ ଅନୁମତି ମାଗିଛନ୍ତି। ଖାର ପୋଲିସ ଏପର୍ଯ୍ୟନ୍ତ ତାଙ୍କ ଏହି ଅନୁରୋଧର ଜବାବ ଦେଇନଥିବା ଜଣାପଡିଛି।

ଏହି ବିବାଦ ମାର୍ଚ୍ଚ ୨୪ତାରିଖରେ ଆରମ୍ଭ ହୋଇଥିଲା, ଯେତେବେଳେ ଶିବସେନା ବିଧାୟକ ମୁର୍ଜି ପଟେଲଙ୍କ ଅଭିଯୋଗ ଆଧାରରେ ଖାର ପୋଲିସ କାମ୍ରାଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରିଥିଲା। କାମ୍ରା ତାଙ୍କ ଶୋ’ ‘ନୟା ଭାରତ’ରେ ୧୯୯୭ ମସିହାର ଫିଲ୍ମ ‘ଦିଲ ତୋ ପାଗଲ ହୈ’ର ଏକ ଗୀତର ପ୍ୟାରୋଡି କରି ଶିନ୍ଦେଙ୍କୁ ‘ଗଦ୍ଦାର’ ବୋଲି କହିଥିଲେ। ଯାହା ଶିବସେନା କର୍ମୀଙ୍କୁ କ୍ଷୁବ୍ଧ କରିଥିଲା ଏବଂ ସେମାନେ ମୁମ୍ବାଇର ହାବିଟାଟ୍ ଷ୍ଟୁଡିଓରେ ପଶି ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ।

କାମ୍ରା ପୂର୍ବରୁ ପୋଲିସକୁ କହିଥିଲେ ଯେ ସେ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବେ ନାହିଁ ଏବଂ ତଦନ୍ତରେ ସହଯୋଗ କରିବେ, କିନ୍ତୁ ବର୍ତ୍ତମାନ ସେ ମୁମ୍ବାଇରେ ନାହାଁନ୍ତି। ତାଙ୍କୁ ହତ୍ୟା ଧମକ ମିଳିବା ପରେ ସେ ତାଙ୍କ ବାସସ୍ଥାନ ତାମିଲନାଡୁକୁ ଚାଲି ଆସିଛନ୍ତି। ସେ ମାଡ୍ରାସ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କୋର୍ଟ ମଧ୍ୟ ତାଙ୍କୁ ଏପ୍ରିଲ ୭ ପର୍ଯ୍ୟନ୍ତ ଅନ୍ତରୀଣ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ବର୍ତ୍ତମାନ ଦେଶରେ ଏହି ମାମଲା ସ୍ୱାଧୀନ ଅଭିବ୍ୟକ୍ତି ଏବଂ ରାଜନୈତିକ ସମାଲୋଚନା ମଧ୍ୟରେ ବିତର୍କ ସୃଷ୍ଟି କରିଛି।

ଏପ୍ରିଲ ୪ ତାରିଖରେ ଖାର ପୋଲିସର ଏକ ଦଳ ପଣ୍ଡିଚେରୀ ପହଞ୍ଚି ଏଫଆଇଆର ସମ୍ପର୍କରେ ତଦନ୍ତ କରିଥିଲା। କାମ୍ରା ନିଜ ବୟାନରେ କହିଛନ୍ତି ଯେ ନେତାଙ୍କୁ କଟାକ୍ଷ କରିବା ଆଇନବିରୋଧୀ ନୁହେଁ। ସେ ନିଜ ଅଭିବ୍ୟକ୍ତି ସ୍ୱାଧୀନତାର ଅଧିକାରକୁ ବ୍ୟବହାର କରି ଏପରି କରିଛନ୍ତି।

ଏହି ଘଟଣାକୁ ନେଇ ରାଜନୈତିକ ବିତର୍କ ଜାରି ରହିଛି। ଶିବସେନା ନେତାମାନେ କାମ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା ବେଳେ ବିରୋଧୀ ଦଳମାନେ ତାଙ୍କୁ ସମର୍ଥନ କରୁଛନ୍ତି। ଏହାର ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା କାମ୍ରାଙ୍କ ପ୍ରତିକ୍ରିୟା ଏବଂ ପୋଲିସର ପଦକ୍ଷେପ ଉପରେ ନିର୍ଭର କରିବ ବୋଲି ଆଶା କରାଯାଉଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.