ବାରିପଦା,୨୪/୦୮:ମହିଳାଙ୍କୁ ହତ୍ୟା କରି ହତ୍ୟାକାରୀ ଫେରାର। ମୟୂରଭଞ୍ଜ ଜିଲ୍ଲା ବାମନ ଘାଟି ଉପଖଣ୍ଡ ତିରିଂ ଥାନା ଦେଓଗାମ ଅଞ୍ଚଳରେ ଏଭଳି ଲୋମହର୍ଷଣ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ମୃତ ମହିଳା ଜଣକ ହେଲେ ସୁହାଗି ବୈପାଇ । ସୂଚନା ମୁତାବକ, ଶନିବାର ଅପରାହ୍ନରେ ସୁହାଗିଙ୍କର ସ୍ବାମୀ ଗ୍ରାମରେ ଫୁଟବଲ ଖେଳ ଦେଖିବାକୁ ଯାଇଥିଲେ । ଘରେ ଏକୁଟିଆ ମହିଳା ଜଣକ ରହିଥିବାରୁ ଏହାର ସୁଯୋଗ ନେଇ ଏଭଳି କାଣ୍ଡ ଘଟିଥିବା ନେଇ ମୃତ ମହିଳାଙ୍କ ସ୍ବାମୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ତିରିଂ ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଜବତ କରି ରାଇରଙ୍ଗପୁର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ବିହାରରେ ସିଏମ୍ ଚେହେରା ଉପରେ ଚୁପ ରହିଲେ, SIRକୁ ନେ...