ପ୍ରମୂଖ ଖବର
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ

Published By : Anindita Ratha | July 16, 2025 8:52 AM

ବେତନଟୀ,୧୬/୦୭: ରକ୍ତ ସମ୍ପର୍କରେ ରକ୍ତ ଛିଟା । ପାରିବାରିକ କଳହର କରୁଣ ପରଣତି । ବୃଦ୍ଧ ବାପା ଓ ମାଆଙ୍କୁ ହାତୁଡିରେ ଛେଚି ନୃଶଂସ ଭାବରେ ହତ୍ୟା କଲା ମଦ୍ୟପ ପୁଅ । ତେବେ ମୟରୂଭଞ୍ଜ ଜିଲ୍ଲା ବେତନଟୀର ଧନାପାଳ ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ଜଣକ ହିମାଂଶୁ ସାହୁ ବୋଲି ଜଣାପଡ଼ିଛି । 

ସୂଚନା ମୁତାବକ, ଅଭିଯୁକ୍ତ ପେଶାରେ ଅଟୋ ଚାଳକ । ଘରେ ୮୫ ବର୍ଷୀୟ ବୃଦ୍ଧ ବାପା ହାଡିବନ୍ଧୁ ସାହୁ ଏବଂ ୭୮ବର୍ଷୀୟା ବୃଦ୍ଧା ମା' ଶାନ୍ତିଲତା ସାହୁ ରହୁଥିଲେ । ପାରିବାରିକ ସମସ୍ୟା ପାଇଁ ଅଭିଯୁକ୍ତ ହିମାଂଶୁଙ୍କ ସ୍ତ୍ରୀ ଏବଂ ପିଲାଛୁଆ ଦୀର୍ଘଦିନ ହେବ ସ୍ୱାମୀ ଠାରୁ ଅଲଗା ରହିଆସୁଥିଲେ । ହେଲେ ଘଟଣା ଦିନ ଅର୍ଥାତ୍ ବୁଧବାର ସକାଳେ ହିମାଂଶୁଙ୍କ ବୃଦ୍ଧା ମା'ଙ୍କ କ୍ଷତାକ୍ତ ମୃତଦେହ ଘର ଅଗଣାରେ ପଡ଼ିଥିବା ବେଳେ ହିମାଂଶୁ ସ୍ୱାଭାବିକ ଭାବରେ ଦାଣ୍ଡପିଣ୍ଡାରେ ପଡ଼ିଥିବା ପଲଙ୍କ ଉପରେ ବସିଥିଲା । ଗ୍ରାମବାସୀଙ୍କ ମନରେ ସନ୍ଦେହ ହେବାରୁ ପୁଲିସକୁ ଖବର ଦେଇଥିଲେ । ମାଣତ୍ରୀ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ଖୋଦ ଜନ୍ମକଲା ପୁଅ ବୃଦ୍ଧ ବାପା, ମା'ଙ୍କୁ ଅତ୍ୟନ୍ତ ନୃଶଂସ ଭାବରେ ହାତୁଡିରେ ଛେଚି ହତ୍ୟା କରିବା ଘଟଣା ଗାଁରେ ଭୟର ବାତାବରଣ ଖେଳାଇ ଦେଇଛି । ଏଭଳି ଜଘନ୍ୟ ହତ୍ୟାରେ ବ୍ୟବହୃତ ହାତୁଡିକୁ ପୁଲିସ ଖୋଜୁଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.