ମୋରଡା,୨୬/୦୩: ରକ୍ତ ସମ୍ପର୍କରେ ରକ୍ତ ଛିଟା । ମାତ୍ର ୪୦୦ ଟଙ୍କା ପାଇଁ ବାପାକୁ ହତ୍ୟା କଲା ପୁଅ। ଏଭଳି ଲୋମହର୍ଷକାରୀ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ତଥା ଚିତ୍ରଡା ଫାଣ୍ଡି ଅଞ୍ଚଳରୁ। ମୃତକ ହଳଦୀପାଳ ପଞ୍ଚାୟତର ଲଦଡ଼ିହି ଗ୍ରାମର ଗୋବିନ୍ଦ ମାର୍ଣ୍ଡି ବୋଲି ଜଣାପଡିଛି।
ଆହୁରି ପଢନ୍ତୁ- ଲୁଟ୍ ର ନୂଆ ତରିକା ଟେଷ୍ଟ୍ ଡ୍ରାଇଭ୍; ଲୁଟେରାଙ୍କ ଟାର୍ଗେଟରେ ଦେଢ କୋଟି ଟଙ୍କାର ଦାମୀ କାର୍, ଭରତପୁରରୁ ଉଠାଇନେଲେ...
ସୂଚନା ଅନୁଯାୟୀ, ଚିତ୍ରଡା ଫାଣ୍ଡି ଅଧୀନ ହଳଦୀପାଳ ପଞ୍ଚାୟତ ଲଦଡ଼ିହି ଗ୍ରାମର ୮୦ ବର୍ଷୀୟ ଗୋବିନ୍ଦ ମାର୍ଣ୍ଡିଙ୍କ ଠାରୁ ତାଙ୍କ ପୁଅ ମଧୁ ମାର୍ଣ୍ଡି ପ୍ରତିଦିନ ଟଙ୍କା ନିଅନ୍ତି। ହେଲେ ଗତକାଲି ଅର୍ଥାତ ବୁଧବାର ରାତି ୯ଟା ସମୟରେ ଗୋବିନ୍ଦ ଶୋଇଥିବା ସମୟରେ ପୁଅ ମଧୁ ତାଙ୍କୁ ସଜନା ଛୁଇଁ ବିକ୍ରି କରିଥିବା ବାବଦରେ ୪୦୦ଟଙ୍କା ମାଗିଥିଲେ। ଗୋବିନ୍ଦ ମନା କରିବାରୁ ନିଶାଶକ୍ତ ପୁଅ ମଧୁ ଗୋବିନ୍ଦଙ୍କୁ ଏକ ବାଉଁଶ ବାଡ଼ିରେ ପିଟିପିଟି ହତ୍ୟା କରିଥିଲେ। ଆଜି ପୂର୍ବାହ୍ନ ୧୦ଟା ସମୟରେ ଖବରପାଇ ଚିତ୍ରଡା ଫାଣ୍ଡି ଅଧିକାରୀ ଭୀମସେନ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ମଧୁଙ୍କୁ ଅଟକ ରଖିଛନ୍ତି। ତେବେ ପୂର୍ବରୁ ମଧ୍ୟ ବାପାଙ୍କ ଭତ୍ତା ଟଙ୍କା ଜୋରଜବରଦସ୍ତ ଛଡାଇ ନେଉଥିବା ପ୍ରକାଶ କରିଛନ୍ତି ପରିବାର ଲୋକେ।