ବୁର୍ଲା,୦୯ /୦୯: ସମ୍ବଲପୁର ବୁର୍ଲା ଧୁଡ଼ିଆପଡା ଜଙ୍ଗଲରୁ ଯୁବକଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ବୁର୍ଲା ପୁଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଛି । ତେବେ ମୃତ ଯୁବକ ଜଣକ ବୁର୍ଲା ବିଜଲିନଗର ଅଞ୍ଚଳର ବରୁଣ ସାହୁ ବୋଲି ଜଣାପଡିଛି । ସେପଟେ ଯୁବକକୁ ଘରୁ ଡାକିଆଣି ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । 

ସୂଚନା ମୁତାବକ, ଗତକାଲି ରାତିରେ ବରୁଣଙ୍କୁ ଭୋଜି କରିବା ପାଇଁ ଯିବାକୁ କହି ଘରୁ ତାଙ୍କ କିଛି ସାଙ୍ଗ ଡାକିନେଇଥିଲେ । ରାତିରେ ବରୁଣ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲେ । ପରେ ବରୁଣଙ୍କ କ୍ଷତାକ୍ତ ମୃତଦେହ ଧୁଡିଆପଡା ଜଙ୍ଗଲ ମଧ୍ୟରେ ପଡିଥିବା ପରିବାର ଲୋକେ ସୂଚନା ପାଇଥିଲେ । ଏହାପରେ ସେମାନେ ପୁଲିସକୁ ସୂଚନା ଦେଇଥିଲେ ଏନେଇ ଖବର ପାଇ  ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ପ୍ରୟାସ ଆରମ୍ଭ କରିଥିବା ସୂଚନା ମିଳିଛି । ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।