ଭଞ୍ଜନଗର,୦୫/୦୬: ଶାଳୀକୁ ହାଣି ହତ୍ୟା କଲା ଭିଣୋଇ। ଏଭଳି ଏକ ଅମାନୁଷିକ ଘଟଣା ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଚଢ଼େୟାପଲ୍ଲୀ ଗାଁରୁ ସାମ୍ନାକୁ ଆସିଛି । ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ନେଇ ପୁଲିସ ବ୍ୟସ୍ତ ଥିବାବେଳେ ଏହି ଘଟଣା ସଂପର୍କରେ ପୁଲିସ୍ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ । ମୃତକ ହେଲେ ଚଢ଼େୟାପଲ୍ଲୀ ଗାଁର ଆଶା କର୍ମୀ ବିଜୟଲକ୍ଷ୍ମୀ ତ୍ରିପାଠୀ ।
ସୂଚନା ମୁତାବକ, ବିଜୟଲକ୍ଷ୍ମୀ ତ୍ରିପାଠୀ ନିଜ ଘରେ ଥିବାବେଳେ ତାଙ୍କ ଭିଣୋଇ ଘରେ ପଶି ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଜମିଜମା ବିବାଦକୁ ନେଇ ହୁଏତ ଏଭଳି ଜଘନ୍ୟକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି । ଏ ସଂପର୍କରେ କିଛି ସମୟ ପରେ ସବିଶେଷ ତଥ୍ୟ ଦେବେ ବୋଲି ଜଗନ୍ନାଥ ପ୍ରସାଦ ଥାନା ଅଧିକାରୀ ପ୍ରମୋଦ କୁମାର ଲେଙ୍କା ସୂଚନା ଦେଇଛନ୍ତି।