ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପ୍ରଥମ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ଦ୍ଵିତୀୟ ସ୍ତ୍ରୀ, କାରଣ ଅସ୍ପଷ୍ଟ

Published By : Rasmita Pradhan | May 9, 2025 2:48 PM

ଭୁବନେଶ୍ଵର, ୦୯/୦୫ : ପ୍ରଥମ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ଦ୍ଵିତୀୟ ସ୍ତ୍ରୀ। ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ଦରାପୁଟ ଗ୍ରାମରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦ୍ଵିତୀୟ ପତ୍ନୀ ବୈଜୟନ୍ତୀ ଏବଂ ସ୍ଵାମୀ ବିନୋଦ ବାରିକଙ୍କୁ ଗିରଫ କରିଛି। 

ସୂଚନାନୁଯାୟୀ, ଦରାପୁଟ ଗ୍ରାମର ବିନୋଦ ବାରିକ ଦୁଇଟି ବିବାହ କରିଥିଲେ। ଦଶ ବର୍ଷ ହେବ ଦୁଇ ସ୍ତ୍ରୀ ଗୋଟିଏ ଘରେ ରହୁଥିଲେ। ଗତକାଲି ରାତିରେ ପ୍ରଥମ ପତ୍ନୀ ସତ୍ୟବତୀ ବାରିକ ଶୋଇଥିବା ବେଳେ ଭୋର ୪ଟା ବସମୟରେ ଦ୍ଵିତୀୟ ପତ୍ନୀ ବୈଜୟନ୍ତୀ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦ୍ଵିତୀୟ ପତ୍ନୀ ବୈଜୟନ୍ତୀ ଏବଂ ସ୍ଵାମୀ ବିନୋଦ ବାରିକଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ହତ୍ୟାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ପ୍ରଥମ ପତ୍ନୀ ଗର୍ଭବତୀ ଥିବା ଜଣାପଡ଼ିଛି। 

ଏହି ଖବରଟିକୁ ପଢନ୍ତୁ-ହୀରାକୁଦ ଡ୍ୟାମ୍‌ର ବଢିଲା ସୁରକ୍ଷା, ପର୍ଯ୍ୟଟକଙ୍କୁ ବାରଣ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.