ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ପୂର୍ବ ଶତ୍ରୁତାରୁ ହତ୍ୟା, ଘରେ ପଶି ବ୍ୟବସାୟୀଙ୍କ ଗଳା କାଟିଦେଲେ ଦୁର୍ବୃତ୍ତ

Published By : Rasmita Pradhan | March 14, 2025 12:08 PM

ଭୁବନେଶ୍ଵର, ୧୪/୦୩ : ପୂର୍ବ ଶତ୍ରୁତାରୁ ନୃଶଂସ ହତ୍ୟା। ଘରେ ପଶି ବ୍ୟବସାୟୀଙ୍କ ଗଳା କାଟିଲେ ଦୁର୍ବୃତ୍ତ। ବାରିପଦା ଭଞ୍ଜପୁର ଥାନା ଅନ୍ତର୍ଗତ ଫରେଷ୍ଟ କଲୋନୀ ଅଞ୍ଚଳରେ ଘଟିଛି ଏଭଳି ବିଭତ୍ସ ହତ୍ୟାକାଣ୍ଡ। ମୃତକ ଜଣଙ୍କ ହେଉଛନ୍ତି ସ୍ନେହାଶିଷ ପଣ୍ଡା।

ସୂଚନାନୁଯାୟୀ, ଶୁକ୍ରବାର ଭଞ୍ଜପୁର ଥାନା ଅନ୍ତର୍ଗତ ଫରେଷ୍ଟ କଲୋନୀର ବ୍ୟବସାୟୀ ସ୍ନେହାଶିଷ ପଣ୍ଡା ଘରେ ଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଘରକୁ ପଶି ଆସିଥିଲେ। ତାଙ୍କୁ ଆକ୍ରମଣ କରି ଗଳା କାଟି ଦେଇଥିଲେ। ପରିବାର ଲୋକେ ସ୍ନେହାଶିଷଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ସ୍ଥିତ ପିଆରଏମ୍ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ସମସ୍ତେ ଅଷ୍ଟପ୍ରହରୀରେ ବ୍ୟସ୍ତ ଥିବା ବେଳେ ଏହି ଘଟଣା ଘଟିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ଏହି ଖବରଟିକୁ ପଢନ୍ତୁ-ଅର୍କକ୍ଷେତ୍ରରୁ ଶ୍ରୀକ୍ଷେତ୍ର 'ସୁରକ୍ଷିତ ତଟ ସମୃଦ୍ଧ ଭାରତ' ସାଇକ୍ଲୋଥନ





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.