ଚାନ୍ଦବାଲି, ୧୩/୧୦ : ବନ୍ଧୁ ସାଜିଲା ବଇରୀ। ପାର୍ଟନରକୁ ହତ୍ୟା କରି ପାର୍ଟନର ଫେରାର୍। ଭଦ୍ରକ ଜିଲ୍ଲା ଚାନ୍ଦବାଲି ମେଡିକାଲରେ ଯୁବକଙ୍କ ଶବ ପଡ଼ିଛି। ମୃତକଙ୍କ ପରିବାର ଲୋକେ ମେଡିକାଲରେ ପହଞ୍ଚିଛନ୍ତି। ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ସୂଚନାନୁଯାୟୀ, ଭଦ୍ରକ ଅଞ୍ଚଳ ଚରମ୍ପାର ଅଜୟ କୁମାର ଗିରି ଏବଂ କେନ୍ଦ୍ରାପଡା ଅଞ୍ଚଳର ଶୁଭ୍ରାଂଶୁ ସ୍ୱାଇଁ ଚାନ୍ଦବାଲି ବ୍ଲକ ମତୋ ଅଞ୍ଚଳ ମାଧପୁର ବଙ୍ଗାଳିପଡ଼ା ଠାରେ ପାର୍ଟନରସିପ୍ରେ ଏକ ଫାର୍ମ କରିଥିଲେ। ଆଜି ହଠାତ୍ ଶୁଭ୍ରାଂଶୁ ଚରମ୍ପା ଅଞ୍ଚଳର ଅଜୟ ଗିରିଙ୍କ ଘରକୁ ଫୋନ୍ କରି ଅଜୟ ଅସୁସ୍ଥ ହୋଇ ଚାନ୍ଦବାଲି ମେଡ଼ିକାଲରେ ଅଛନ୍ତି ବୋଲି ସୂଚନା ଦେଇଥିଲେ। ଏହାପରେ ଅଜୟଙ୍କ ପରିବାର ଲୋକେ ଆସି ମେଡିକାଲରେ ଦେଖନ୍ତି ତ ଅଜୟଙ୍କ ମୃତଦେହ ପଡ଼ିଛି। ଶୁଭ୍ରାଂଶୁ ସ୍ଵାଇଁ ଘଟଣାସ୍ଥଳରୁ ଫେରାର୍ ହୋଇଛି। ଏହାପରେ ମୃତକଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ହତ୍ୟା ଅଭିଯୋଗ ହୋଇଛି। ମେଡିକାଲ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।