ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର

Published By : Harapriya Sethi | October 24, 2024 10:02 AM

ଭୁବନେଶ୍ୱର,୨୪/୧୦: ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ । ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ । ମୃତକ ପ୍ରସନ୍ନ ବିଶ୍ୱାଳ ବୋଲି ଜଣାପଡ଼ିଛି । ଏହି ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ରାଜଧାନୀ ଭୁବନେଶ୍ୱରରେ ଏଭଳି ଘଟଣା ଘଟିଛି । 

ସୂଚନାନୁଯାୟୀ, ବୁଧାବାର ବିଳମ୍ୱିତ ରାତିରେ ଅଭିଯୁକ୍ତ ଭିଣୋଇ ତାଙ୍କ ଶଳା ପ୍ରସନ୍ନ ବିଶ୍ୱାଳଙ୍କୁ ଏକ ଭୁଜାଲିରେ ଆକ୍ରମଣ କରିଥିଲା । କେବଳ ସେତିକି ନୁହେଁ, ଶଳାଙ୍କ ବଡ଼ ପୁଅ, ସାନ ପୁଅ ଏପରିକି ନିଜ ପୁଅକୁ ମଧ୍ୟ ଭୁଜାଲିରେ ଆକ୍ରମଣ କରିଥିଲା । ସମସ୍ତେ ଏହି ଆକ୍ରମଣରେ ଗୁରୁତର ହୋଇଥିଲେ । ଏହାର କିଛି ସମୟ ମଧ୍ୟରେ ହିଁ ଘଟଣାସ୍ଥଳରେ ଶଳା ପ୍ରସନ୍ନ ବିଶ୍ୱାଳ ପ୍ରାଣ ହରାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଏହା ସହ ପୋଲିସକୁ ମଧ୍ୟ ଏହି ଘଟଣା ସମ୍ୱନ୍ଧରେ ଅବଗତ କରାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଚନ୍ଦକା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଅଭିଯୁକ୍ତ ଭିଣୋଇକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ଏହି ହତ୍ୟାକାଣ୍ଡର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ଚନ୍ଦକା ଥାନା ପୋଲିସ ଓ ସାଇଣ୍ଟଫିକ ଟିମ ତଦନ୍ତ ଚଳାଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.