ପ୍ରମୂଖ ଖବର
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା , ୨ ଭାଇ ମୃତ

Published By : prameya | April 27, 2025 12:59 PM

ଛତ୍ରପୁର/ବେଗୁନିଆପଡା,୨୭/୦୪:ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା । ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ୨ ଭାଇ ମୃତ । ତେବେ ଛତ୍ରପୁର ବେଗୁନିଆପଡାଥାନା ଶାଳବଣ ଗ୍ରାମରୁ ସାମ୍ନାକୁ ଆସିଛି ଏଭଳି ଘଟଣା। ତେବେ ମୃତ ୨ ଭାଇ ହେଲେ ସଞ୍ଜୟ ବାରିକ ଏବଂ ଅଜୟ ବାରିକ ବୋଲି ଜଣାପଡ଼ିଛି। 

ସୂଚନା ମୁତାବକ, ଦୁଇ ଭାଇ ଗ୍ରାମରେ ପଶି ଗ୍ରାମବାସୀଙ୍କୁ ଗାଳି ଗୁଲୁଜ କରିଥିଲେ ।ଏହି ଘଟଣାରେ ଉତ୍ୟକ୍ତ ହୋଇ ୨ଭାଇଙ୍କୁ ଗ୍ରାମବାସୀ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ।ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା ।ଏନେଇ ଖବର ପାଇ ବେଗୁନିଆପଡାଥାନା  ଆଇ ଆଇ ସି ଏବଂ ଅନ୍ୟ ଥାନା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଯୋଗ୍ୟ ଯେ,ବେଗୁନିଆପଡା ପୂର୍ବତନବ୍ଲକ ଅଧକ୍ଷ ଦେବହରି ସାହୁଙ୍କୁ ଏହି ୨ ଭାଇ ଗୁଳି କରି ହତ୍ୟା କରିଥିଲେ । 



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.