ଭଞ୍ଜନଗର,୦୯/୧୦: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଗୋଛା ପଞ୍ଚାୟତ ସ୍ଵର୍ଗଦ୍ଵାର ଗାଁରେ ଅମାନୁଷିକ ଘଟଣା । ଜଣେ ଅର୍ଦ୍ଧ ପାଗଳ ଭିକ୍ଷୁକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ । ମୃତକ ଧରାକୋଟ ବ୍ଲକ୍ ସିଙ୍ଗପୁର ଗ୍ରାମର ଶିଶିର ମୁନି (୫୫ ବର୍ଷ) ବୋଲି ଜଣାପଡ଼ିଛି। ପୁଲିସ ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି ।

ସୂଚନା ମୁତାବକ, ମୃତ ବୃଦ୍ଧ ଜଣକ ଅର୍ଦ୍ଧ ପାଗଳ ସେ ଭିକ୍ଷା ବୃତ୍ତି କରୁଥିଲେ। ବୁଧବାର ବିଳମ୍ବିତ ରାତିରେ କିଛି ମଦ୍ୟପ ଭିକାରୀଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ ଗୁରୁବାର ଭୋରୁ ସ୍ଥାନୀୟ ଲୋକ ସୂଚନା ଦେବା ପରେ ଘଟଣାସ୍ଥଳରେ ସୋରଡ଼ା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଛି । ଏହା ସହ ଦୁଇ ଜଣଙ୍କୁ ଥାନାରେ ରଖି ପଚରା ଉଚରା କରୁଥିବା ନେଇ ସୂଚନା ମିଳିଛି ହେଲେ କେଉଁ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।