ନୂଆଦିଲ୍ଲୀ: ଟେକ୍ ବିଲିଓନୟର ଏଲନ ମସ୍କଙ୍କ କମ୍ପାନି ଟେସଲାକୁ ବାରମ୍ୱାର ଟାର୍ଗେଟ କରିବାକୁ ନେଇ ମୁହଁ ଖୋଲିଛନ୍ତି ମସ୍କ। ଏନେଇ ସୋମବାର ପ୍ରତିକ୍ରିୟା ଦେଇ ମସ୍କ ଏହାପଛରେ ଜର୍ଜ ସୋରସଙ୍କ ସମେତ ଅନେକ ବଡବଡ ଲୋକଙ୍କ ହାତଥିବା ନେଇ ଉପରେ ଆରୋପ ଲଗାଇଛନ୍ତି। ଆକ୍ଟ ବ୍ଲୁ ଦ୍ୱାରା ଅନୁଦାନ ପ୍ରାପ୍ତ ଗୋଷ୍ଟୀ ଦ୍ୱାରା ଏହି ଆକ୍ରମଣ କରାଯାଉଛି ବୋଲି ମସ୍କ ଦାବି କରିଛନ୍ତି। ଆପଣଙ୍କୁ ଜଣାଇରଖୁ ଯେ ଆକ୍ଟ ବ୍ଲୁ ଏକ ବଡ ସଂସ୍ଥା। ଯେଉଁଥିରେ ଜର୍ଜ ସୋରସ ଓ ଲିଙ୍କଡଇନର ମୁଖ୍ୟ ହୋଫମ୍ୟାନଙ୍କ ସମେତ ଅନେକ କୋଟିପତି ଆମେରିକୀୟ ବ୍ୟବସାୟି ଏହି ସଂସ୍ଥାରେ ନିବେଶ କରିଛନ୍ତି।
ବିଗତ କିଛି ଦିନ ମଧ୍ୟରେ ଆମେରିକା ଓ ୟୁରୋପରେ ଥିବା ବିଭିନ୍ନ ଟେସଲା ସୋରୁମରେ ଅନେକ ଲୋକ ଭଙ୍ଗାରୁଜା କରିଛନ୍ତି। ଯେଉଁଥିରେ ଟେସଲା କମ୍ପାନିକୁ ଅନେକ କ୍ଷତି ସହିବାକୁ ପଡିଛି। ଯେଉଁଥିପାଇଁ ମସ୍କଙ୍କ ବିଭିନ୍ନ ରାଜନୈତିକ ବିଚାରଧାରାରେ ଅସହମତି ଯୋଗୁଁ ଏହି ଆକ୍ରମଣ କାରାଯାଉଛି ବୋଲି ବିଚାର କରାଯାଉଥିଲା। କିନ୍ତୁ ମସ୍କ ଏନେଇ ବୟାନ ଜାରି କରିବା ପରେ ଆମେରିକାରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।
ସୂଚନା ମୁତାବକ, କିଛିଦିନ ତଳେ ଆମେରିକାର ମେସାଚୁସେଟ୍ସରେ ଥିବା ସାତଟି ଟେସଲା ଚାର୍ଜି ଷ୍ଟେସନରେ ଜଣେ ଅଜଣା ବ୍ୟକ୍ତି ନିଆଁ ଲଗାଇଦେଇଥିଲେ। ଯେଉଁଥିରେ ସମସ୍ତ ଚାର୍ଜି ଷ୍ଟେସନ ଗୁଡିକ ନିଆଁରେ ପୋଡି ପାଉଁସ ହୋଇଯାଇଥିଲା। ଅନ୍ୟପଟେ ଫ୍ରାନ୍ସର ଟୁଲୁଜ ସହରରେ ଥିବା ଟେସଲା ଡିଲରସିପରେ କେହି ଜଣେ ୧୨ଟି ବ୍ରାଣ୍ଡ ନ୍ୟୁ ଟେସଲା ଗାଡିରେ ନିଆଁ ଲଗାଇ ଦେଇଥିଲା।
ଟେସଲାର ସିଇଓ ଏଲୋନ ମସ୍କ ଏହାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ମସ୍କ ସାମାଜିକ ଗଣମାଧ୍ୟମ ଏକ୍ସରେ ଲେଖିଛନ୍ତି ଯେ ଏକ ତଦନ୍ତରୁ ଜଣାପଡିଛି ଯେ ଆକ୍ଟ ବ୍ଲୁ ଦ୍ୱାରା ପାଣ୍ଠି ଯୋଗାଇଥିବା ପାଞ୍ଚଟି ଗୋଷ୍ଠୀ ଟେସଲା ବିରୋଧରେ ପ୍ରତିବାଦ ପାଇଁ ଦାୟୀ। ଏଥିରେ ଟ୍ରବଲମେକର୍ସ, ଡିସର୍ପସନ୍ ପ୍ରୋଜେକ୍ଟ, ରାଇଜ୍ ଆଣ୍ଡ ରେଜିଷ୍ଟ, ଇନ୍ଡିଭିଜିବଲ୍ ପ୍ରୋଜେକ୍ଟ ଏବଂ ଡେମୋକ୍ରାଟିକ୍ ସୋସିଆଲିଷ୍ଟ ଅଫ୍ ଆମେରିକା ଆଦି ଦଳ ଅନ୍ତର୍ଭୁକ୍ତ। ଆକ୍ଟବ୍ଲୁର ଆର୍ଥିକ ସହାୟତା ପ୍ରଦାନକାରୀଙ୍କ ମଧ୍ୟରେ ଜର୍ଜ ସୋରୋସ, ରିଡ୍ ହଫମ୍ୟାନ୍, ହର୍ବର୍ଟ ସାଣ୍ଡଲର୍, ପାଟ୍ରିସିଆ ବାଉମ୍ୟାନ୍ ଏବଂ ଲିଆ ହଣ୍ଟ-ହେଣ୍ଡ୍ରିକ୍ସ ଆଦି ଅନ୍ତର୍ଭୁକ୍ତ ବୋଲି ମସ୍କ ଦାବି କରିଛନ୍ତି।
ଏହା ସହ ଏହି ସପ୍ତାହରେ ଆକ୍ଟବ୍ଲୁର ସାତ ଜଣ ବରିଷ୍ଠ କାର୍ଯ୍ୟନିର୍ବାହୀ ପଦରୁ ଇସ୍ତଫା ଦେଇଛନ୍ତି, ଯେଉଁଥିରେ ଆସୋସିଏଟ୍ ଜେନେରାଲ କାଉନସେଲ ମଧ୍ୟ ଅଛନ୍ତି। ଯଦି ଆପଣ ଏହା ବିଷୟରେ କିଛି ଜାଣିଛନ୍ତି, ଦୟାକରି ଉତ୍ତରରେ ପୋଷ୍ଟ କରନ୍ତୁ ବୋଲି ମସ୍କ ନିଜ ସୋଶିଆଲ ମିଡିଆ ପ୍ଲାଟଫର୍ମରେ ଉଲ୍ଲେଖ କରିଛନ୍ତି।
ଆପଣଙ୍କୁ ଜଣାଇରଖୁ କି, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଲନ ମସ୍କଙ୍କୁ ସରକାରୀ ଦକ୍ଷତା ବିଭାଗ(ଡିଓଜିଇ)ର ଦାୟିତ୍ତ୍ୱ ଦେଇଛନ୍ତି। ଏହି ବିଭାଗ ସରକାରୀ ଖର୍ଚ୍ଚକୁ କମ କରିବା ଦିଗରେ କାର୍ଯ୍ୟ କରୁଛି। ଏଥିନିମନ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ସରକାରୀ କର୍ମଚାରୀ ନିଜର ଚାକିରି ହରେଇ ସାରିଲେଣି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ମସ୍କ ବର୍ତ୍ତମାନ ହଜାର ହଜାର କର୍ମଚାରୀଙ୍କୁ ବରଖାସ୍ତ କରିବା ଯୋଜନାରେ ଅଛନ୍ତି। ସେ କର୍ମଚାରୀମାନଙ୍କୁ ଇସ୍ତଫା ଦେବାର ବିକଳ୍ପ ଦେଉଛନ୍ତି, ଯେଉଁମାନେ ଇସ୍ତଫା ପ୍ରଦାନ କରୁନାହାନ୍ତି ସେମାନଙ୍କୁ ଜୋରଜବରଦସ୍ତ ଚାକିରିରୁ ବହହିଷ୍କାର କରାଯାଉଛି। ଆସ୍ନାତ ସପ୍ତାହରେ ଆହୁରି ଅନେକ ଲୋକଙ୍କୁ ଚାକିରିରୁ ବହିଷ୍କାର କରାଯିବାର ଯୋଜନା ରହିଛି।