ପ୍ରମୂଖ ଖବର
  • ଧାମି ସରକାରଙ୍କ ବଡ଼ ନିଷ୍ପତ୍ତି,ଉତ୍ତରାଖଣ୍ଡର ସବୁ ସ୍କୁଲ୍‌ରେ ଗୀତା ପାଠ ବାଧ୍ୟତାମୂଳକ
  • ||
  • ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା : କ୍ରାଇମବ୍ରାଞ୍ଚ କରିବ ତଦନ୍ତ
  • ||
  • କଂଗ୍ରେସର ଓଡିଶା ବନ୍ଦ ଡାକରା ଯୋଗୁ ଗୁରୁବାର ବନ୍ଦ ରହିବ ପେଟ୍ରୋଲ ପମ୍ପ
  • ||
  • ଆସନ୍ତା ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
  • ||
  • କଂଗ୍ରେସର ଓଡ଼ିଶା ବନ୍ଦ ଡାକରା, ଶାନ୍ତି ଶୃଙ୍ଖଳାରେ ବନ୍ଦକୁ ସମର୍ଥନ କରିବାକୁ ଭକ୍ତଙ୍କ ଅପିଲ୍
  • ||
  • ମୟୂରଭଞ୍ଜ : ଅନ୍ଧ ବିଶ୍ୱାସ ଓ ତନ୍ତ୍ର ପୂଜା ପାଇଁ ଘରେ ରଖିଥିଲେ ବାଘ ଛାଲ, ୭ ଅଭିଯୁକ୍ତ ଗିରଫ
  • ||
  • ଗୁରୁବାର ମହାପ୍ରଭୁଙ୍କର ବନକଲାଗି ନୀତି, ସନ୍ଧ୍ୟା ସାଢେ ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ
  • ||
  • ଜଳେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଜିଲ୍ଲା ବନ୍ଦ ଡାକରା, ଦିନ ୨ଟା ପର୍ଯ୍ୟନ୍ତ ଚକଅଖ ବନ୍ଦ
  • ||
  • ନୂଆପଡ଼ା: ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||
  • ମୟୂରଭଞ୍ଜ: ରକ୍ତ ସମ୍ପର୍କରେ ରକ୍ତ ଛିଟା; ବୃଦ୍ଧ ବାପା ଓ ମାଆଙ୍କୁ ହତ୍ୟାକଲା ମଦ୍ୟପ ପୁଅ
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଘରେ ପଶିଲା କାର୍; ଜଣେ ମୃତ, ୪ଆହତ
  • ||
  • ଓଡ଼ିଶା ବନ୍ଦ ପାଇଁ ଟିଏଲ୍‌ଟି ନିଯୁକ୍ତି ପରୀକ୍ଷା ସ୍ଥଗିତ, ୧୮ରେ ହେବ ପରୀକ୍ଷା
  • ||
  • ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା, ୧୯ ଯାଏ ଢାଳିବ
  • ||
  • ଆମେରିକାର ଟାରିଫ୍‌ ଛାଟରେ ଚିନ୍ତାରେ ଏସୀୟ ଦେଶ : ପୋଷାକ ରପ୍ତାନିରେ ଲାଭ ଉଠାଇପାରିବ ଭାରତ
  • ||
  • ନୂଆପଡ଼ା : ମର୍ଣ୍ଣିଙ୍ଗ ୱାକ କରିବା ବେଳେ ଅଘଟଣ; ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ,୨ ଗୁରୁତର
  • ||

ଜେଲ୍‌ରେ ରାମାୟଣ ପଢ଼ୁଛି ସ୍ବାମୀହନ୍ତା ସ୍ତ୍ରୀ ମୁସ୍କାନ, ୧୪ ଦିନ ପରେ ପ୍ରେମିକ ସାହିଲ ସହ ହେଲା ଦେଖା

Published By : Tapas Panda | April 2, 2025 7:54 PM

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ମିରଟରେ ସ୍ବାମୀ ସୌରଭ ରାଜପୁତଙ୍କୁ ନିର୍ମମ ଭାବରେ ହତ୍ୟା କରିଥିବା ପତ୍ନୀ ମୁସ୍କାନ ଜେଲରେ ରାମାୟଣ ପଢ଼ୁଛି । ୧୪ ଦିନ ଧରି ଜେଲରେ ଥିବା ମୁସ୍କାନ ସବୁବେଳେ ଅସ୍ଥିର ରହୁଛି । ରାମାୟଣ ପଢି ସେ ନିଜ ଅସ୍ଥିରତାକୁ ଦୂର କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। ବୁଧବାର ତାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। ତା ସହିତ ପ୍ରେମିକ ସାହିଲ ମଧ୍ୟ କୋର୍ଟରେ ହାଜର ହୋଇଥିଲା। ଏହି ସମୟରେ, ଉଭୟ ପ୍ରାୟ ଅଢ଼େଇ ମିନିଟ୍ ପର୍ଯ୍ୟନ୍ତ ପରସ୍ପର ସାମ୍ନାରେ ରହିଥିଲେ। ଦୁହିଁଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇନଥିଲା, କିନ୍ତୁ ଦୁହେଁ ଦୁହିଁଙ୍କୁ ଚାହିଁ ରହିଥିଲେ। ଶୁଣାଣି ସମୟରେ କୋର୍ଟ ଉଭୟଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। 

ଏହା ପରେ ମୁସ୍କାନକୁ ମହିଳା ବାରାକକୁ ଏବଂ ସାହିଲକୁ ପୁରୁଷ ବାରାକକୁ ପଠାଯାଇଛି। ଏବେ ସେମାନଙ୍କୁ ୧୫ ଏପ୍ରିଲରେ ପୁଣି ଥରେ କୋର୍ଟରେ ହାଜର କରାଯିବ। ସୂଚନାଯୋଗ୍ୟ, ମିରଟର ସାଂସଦ ଏବଂ ରାମାୟଣ ଧାରାବାହିକରେ ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରୁଣ ଗୋଭିଲ ମିରଟ ଜେଲକୁ ଆସିଥିଲେ। ଏହି ସମୟରେ ସେ ସମସ୍ତ କଏଦୀଙ୍କୁ ଶ୍ରୀ ରାମ ଚରିତ ମାନସର ପ୍ରତିଲିପି ପ୍ରଦାନ କରିଥିଲେ। ଜେଲ୍ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ସେହି ଦିନଠାରୁ ମୁସ୍କାନ ବାରାକରେ ବସି ସବୁବେଳେ ରାମାୟଣ ପଢ଼ୁଛି। 

ସେପଟେ ଗିରଫ ହେବା ପୂର୍ବରୁ ସାହିଲର ଦୁଇ ଫୁଟ ଲମ୍ବା କେଶ ଥିଲା। ସେ ଖୋସା କରିଥିଲା । କିନ୍ତୁ ବୁଧବାର ସେ କୋର୍ଟରେ ହାଜର ହେବା ସମୟରେ ତାର  କେଶ ଛୋଟ ଦେଖାଯାଉଥିଲା। ମୁସ୍କାନ ତାର ନୂଆ ଲୁକ୍ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଜେଲ୍‌ ଅଧିକାରୀଙ୍କ ଅନୁଯାୟୀ, ଦୁହେଁ ପରସ୍ପର ସହିତ କଥା ହୋଇନଥିଲେ କିନ୍ତୁ ଭିଡିଓ କନଫରେନ୍ସିଂ ସମୟରେ ବିଚାରପତିଙ୍କ ଦ୍ବାରା ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ। ହାଜର ସମୟରେ ଜେଲ୍ ଅଧୀକ୍ଷକ ବୀରେଶ ରାଜ ଶର୍ମା ଏବଂ ସୁରକ୍ଷା ଅଧିକାରୀ କୋଠରୀରେ ଉପସ୍ଥିତ ଥିଲେ। ସେମାନଙ୍କ ବ୍ୟତୀତ, ମୁସ୍କାନଙ୍କ ପାଇଁ ନିଯୁକ୍ତ ସରକାରୀ ଓକିଲ ରେଖା ଜୈନଙ୍କ ସମେତ ଅନ୍ୟ ଓକିଲମାନେ ମଧ୍ୟ ଅନଲାଇନରେ ଉପସ୍ଥିତ ଥିଲେ। 

ସୂଚନାଯୋଗ୍ୟ,  ମାର୍ଚ୍ଚ ୩, ୨୦୨୫ ରାତିରେ ମୁସ୍କାନ ତା ପ୍ରେମିକ ସାହିଲ ସହିତ ମିଶି ନିଜ ସ୍ବାମୀ ସୌରଭ ରାଜପୁତଙ୍କୁ ହତ୍ୟା କରିଥିଲା । ମୁସ୍କାନ ପ୍ରଥମେ ତା ସ୍ବାମୀଙ୍କୁ ଔଷଧ ଖୁଆଇ ବେହୋସ କରି ଦେଇଥିଲା ଏବଂ ପରେ ସେ ନିଜେ ତାଙ୍କ ଛାତିରେ ଛୁରୀରେ ଆକ୍ରମଣ କରିଥିଲା । ଏହା ପରେ, ସାହିଲ ସହିତ ମିଶି ସୌରଭର ମୃତଦେହକୁ ୧୫ ଖଣ୍ଡ କରି କାଟି ଏକ ଡ୍ରମରେ ପୂରାଇ ସିମେଣ୍ଟରେ ପ୍ୟାକ୍ କରି ଦେଇଥିଲା । ପରଦିନ ସେ ସାହିଲ ସହ ହିମାଚଳ ପ୍ରଦେଶ ବୁଲିବାକୁ ଯାଇଥିଲା ଏବଂ ମାର୍ଚ୍ଚ ୧୭ରେ ମିରଟ ଫେରି ଆସିଥିଲା। ଘଟଣା ସଂପର୍କରେ ଜଣାପଡ଼ିବା ପରେ ମାର୍ଚ୍ଚ ୧୮ରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.