ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Banglasesh: ବାଂଲାଦେଶ ସେନାରେ ବିଦ୍ରୋହ; ବାଂଲାଦେଶ ଲିଉଟିନେଣ୍ଟ ଜେନେରାଲଙ୍କୁ ନଜରବନ୍ଦୀ କଲେ ସେନାମୁଖ୍ୟ

Published By : Bijay Swain | March 11, 2025 4:36 PM

ନୂଆଦିଲ୍ଲୀ: ବାଂଲାଦେଶ ସେନାରେ ଦେଖାଦେଇଛି ବିଦ୍ରୋହ। ଜଣେ ବରିଷ୍ଠ ବଂଲାଦେଶୀ ସେନା ଅଧିକାରୀ ବର୍ତ୍ତମାନର ସେନାମୁଖ୍ୟଙ୍କୁ ଗାଦିରୁ ହଟାଇବା ପାଇଁ ଚେଷ୍ଚା କରୁଥିବା ବେଳେ ଧରାପଡିଛନ୍ତି। ଖବର ମୁତାବକ, ପାକିସ୍ତାନକୁ ଦୃଢ ସମର୍ଥନ କରୁଥିବା ବାଂଲାଦେଶୀ ଲିଉଟିନେଣ୍ଟ ଜେନେରାଲ ଫୈଜୁର ରେହମାନ ସେନାମୁଖ୍ୟ ୱାକର-ଉଜ-ଜମାନଙ୍କୁ ଗାଦିରୁ ହଟାଇବା ପାଇଁ ଷଡଯନ୍ତ୍ର କରୁଥିବା କଥା ସାମ୍ନାକୁ ଆସିଛି। ତେବେ ଏ କଥା ଜଣାପଡିବା ପରେ ତାଙ୍କୁ ନଜର ବନ୍ଦୀ କରି ରଖାଯାଇଛି ବୋଲି ସୂଚନା ମିଳିଛି। 

ୱାକର-ଉଜ-ଜମାନଙ୍କ ବିନା ଅନୁମତିରେ ଲିଉଟିନେଣ୍ଟ ଫୈଜୁର ରେହମାନ ଏକ ବୈଠକର ଆୟୋଜନ କରିଥିଲେ। ଏହି ବୈଠକରେ ୱାକରଙ୍କ ବିରୁଦ୍ଧରେ ଆଲୋଚନା ହୋଇଥବା ନେଇ ତାଙ୍କ ସଚିବ ତାଙ୍କୁ ଅବଗତ କରାଇବା ପରେ ସେ ଫୈଜୁର ରେହମାନଙ୍କୁ ନଜର ବନ୍ଦୀରେ ରଖିଥିବା ଜଣାପଡିଛି। ଫୈଜୁରଙ୍କୁ ପାକିସ୍ତାନର ସମର୍ଥନ ଥିବା ବେଳେ ଜମାତ ପ୍ରତି ତାଙ୍କର ସମବେଦନା ରହିଛି। ତେବେ ଏନେଇ ଏକ ରିପୋର୍ଟ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଛି। 

ସୂଚନା ମୁତାବକ, ବାଂଲାଦେଶର କାର୍ଯ୍ୟକାରୀ ସେନାମୁଖ୍ୟଙ୍କ ବିରୁଦ୍ଧରେ ସମର୍ଥନ ହାସଲ ପାଇଁ ଫୈଜୁର ସମସ୍ତ ଡିଭିଜନାଲ କମାଣ୍ଡର ମାନଙ୍କୁ ନେଇ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ଏକ ବୈଠକ ଡାକିଥିଲେ। ତେବେ ତାଙ୍କୁ ଏହି ବୈଠକରେ ପୂର୍ଣ୍ଣ ସମର୍ତନ ମିଳିପାରି ନଥିଲା। ଏ ଖବର ସେନା ମୁଖ୍ୟଙ୍କ ସଚିବଙ୍କ ନିକଟରେ ପହଞ୍ଚିବା ପରେ ସେ ସମସ୍ତ ଉଚ୍ଚ ଅଧିକାରୀମାନଙ୍କୁ ଚେତାବନୀ ପଠାଇଥିଲେ। ଚେତାବନୀ ମିଳିବା ପରେ ସମସ୍ତ ଅଧିକାରୀ ଏ ମାମଲାରୁ ପଛକୁ ହଟିଯାଇଥିଲେ। 

୨୦୨୫ ମସିହାର ପ୍ରଥମ ଦୁଇମାସରେ ଫୈଜୁର ରେହମାନ ଜମାତର ବିଭିନ୍ନ ମୁଖିଆ ଓ ବିଭିନ୍ନ ପାକିସ୍ତାନି କୂଟନୀତିଜ୍ଞମାନଙ୍କ ସହ ଅନେକ ବୈଠକ କରିଥିଲେ। ବାଂଲାଦେଶ ସେନାମୁଖ୍ୟଙ୍କୁ ଏ ସମ୍ପର୍କରେ ଖବର ମିଳିବା ପରେ ସେ ସତର୍କ ହେବା ସହ ତାଙ୍କ ଉପରେ ନିଜର ରଖିଥିଲେ। 

ବିଗତ କିଛି ମାସ ମଧ୍ୟରେ ବଂଲାଦେଶରେ ବ୍ୟପକ ହିଂସା, ଭଙ୍ଗାରୁଜା ଓ ଦଙ୍ଗା ଦେଖିବାକୁ ମିଳିଛି। କିଚିଦ୍ନ ତଳେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାରିବାରିକ ସମ୍ପତ୍ତିରେ ଭଙ୍ଗାରୁଜା କରାଯିବା ସହ ନିଆଁ ଲଗାଇ ଦିଆଯାଇଥିଲା। ଏଭଳି ରାଜନୈତିକ ଅସ୍ଥିରତା ଯୋଗୁଁ ଦେଶରେ ଆଇନ ଶୃଙ୍କଳା ପରିସ୍ଥିତି ବିଗୁଡୁଛି ବୋଲି ଗତ ମାସରେ ସେନା ମୁଖ୍ୟ ୱାକର-ଉଜ-ଜମାନ କହିଥିଲେ। ଏହା ସହ ସେ ସମସ୍ତ ସେନାଧ୍ୟକ୍ଷଙ୍କୁ ଏକତା ଓ ଶାନ୍ତିର ସହ କାମ କରିବା ପାଇଁ ନିବେଦନ ମଧ୍ୟ କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.