ପ୍ରମୂଖ ଖବର
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ: ଗୁହାଳରେ ପଶି ୮ ମେଣ୍ଢାଙ୍କୁ ମାରିଲା

Published By : Prameya | March 23, 2025 10:57 AM

ନିଆଳି,୨୩/୦୩: ନିଆଳି ଅଞ୍ଚଳରେ  ପୁଣି ଅଜଣା ଜନ୍ତୁର ଆତଙ୍କ ସୃଷ୍ଟି ହେଲାଣି ।  ଦୀର୍ଘଦିନର ନିରବତା ପରେ ପୁଣି ଅଜଣା ଜନ୍ତୁର ଆକ୍ରମଣରେ ୮ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା  ଅଭିଯୋଗ ହୋଇଛି । ନିଆଳି ଥାନା ଅଧୀନ ଦେବୀ କନ୍ଦଳ ଦୀପାଞ୍ଚଳ ରାଣୀଓଳା ପଞ୍ଚାୟତ ଅଳତଳଙ୍ଗ  ଗ୍ରାମରେ ଏପରି ଘଟଣା ଘଟିଥିବା ଜଣାପଡ଼ିଛି ।  

ସୂଚନା ମୁତାବକ, ଶୁକ୍ରବାର ରାତିରେ ଅଳତଳଙ୍ଗ  ଗାଁର ବିଷ୍ଣୁ ବେହେରାଙ୍କ ଗୁହାଳରେ ଅଜଣା ଜନ୍ତୁ  ପଶି ୮ଟି ବଡ଼ ମେଣ୍ଢାଙ୍କୁ ଆକ୍ରମଣ କରି ସେମାନଙ୍କ  ଅନ୍ତବୁଜୁଳା କାଢ଼ି ମାରିଦେଇଥିବା ଅଭିଯୋଗ ହୋଇଛି । ଶନିବାର ସକାଳେ ଗୁହାଳରେ ୮ଟି ମେଣ୍ଢା ମରି ପଡ଼ିଥିବା  ବିଷ୍ଣୁ ଦେଖିଥିଲେ । ଶନିବାର ଛୁଟି ଥିବାରୁ ସରକାରୀ  କର୍ମଚାରୀ ଘଟଣା ସ୍ଥଳକୁ ଆସି ନଥିଲେ । ରାଣୀଓଳା  ସରପଞ୍ଚ ତ୍ରିନାଥ ମହାନ୍ତି ଘଯଣା ସ୍ଥଳରେ ପହଞ୍ଚି ସ୍ଥିତି  ଅନୁଧ୍ୟାନ କରିଥିଲେ । ବିଷ୍ଣୁଙ୍କୁ ସରକାରୀ ସହାୟତା  ଯୋଗାଇ ଦେବାକୁ ଦାବି କରିଥିଲେ । ଖବର ପାଇ  କସର୍ଦ୍ଦା ଆର୍‌ଆଇ ଲାଡର ଚତ୍ରା ଘଟଣା ସ୍ଥଳରେ ପହଞ୍ଚି  ମୃତ ମେଣ୍ଢା ଗୁଡ଼ିକୁ ଦେଖିଥିଲେ । ସୋମବାର ସରକାରୀ  ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । 

ସୂଚନା ଥାଉ କି, ୨୦୨୩ ଜୁଲାଇ ୧୬ରେ ଏହି  ଥାନା ଅଧୀନ ଅଲଣା ପଞ୍ଚାୟତ ଓଳାଂଶ ଗ୍ରାମର ନିକୁଞ୍ଜ  ସାହୁଙ୍କର ୭ଟି ମେଣ୍ଢା ଓ ଗୋଟିଏ ବାଛୁରୀକୁ ଅଜଣା  ଜନ୍ତୁ ଆକ୍ରମଣ କରି ମାରି ଦେଇଥିଲା । ଏହି ଘଟଣାର  ୨୦ ମାସ ପରେ ପୁଣି ଅଜଣା ଜନ୍ତୁ ଆକ୍ରମଣରେ  ବିଷ୍ଣୁଙ୍କ ୮ଟି ମେଣ୍ଢା ମୃତ୍ୟୁ ବରଣ କରିଥିବା  ଅଭିଯୋଗ ହୋଇଛି । ଯାହା ସ୍ଥାନୀୟ ଅଞ୍ଚଳର ମେଣ୍ଢା  ଚାଷୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.