ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ନାକ୍‌ ମାନ୍ୟତା ବୃଦ୍ଧି ପାଇଁ ଲାଞ୍ଚ କାରବାର, ୧୦ ପ୍ରଫେସରଙ୍କୁ ବାନ୍ଧିଲା ସିବିଆଇ, ଓଡ଼ିଶାରୁ ଜଣେ

Published By : Prameya | February 2, 2025 12:29 PM

Image Courtesy: indiatvnews

ବୁର୍ଲା,୦୨/୦୨ ଶିକ୍ଷାନୁଷ୍ଠାନର ନାକ୍‌ ମାନ୍ୟତା ବୃଦ୍ଧି  କରିବାକୁ କହି ଲାଞ୍ଚ ନେବା ଘଟଣାରେ ୧୦ ଜଣଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରଫେସର ବୁଲୁ ମହାରଣା ମଧ୍ୟ  ଅଛନ୍ତି । ଶ୍ରୀ ମହାରଣାଙ୍କ କାର୍ଯ୍ୟାଳୟ ଓ ବାସଭବନରେ  ସିବିଆଇ ପକ୍ଷରୁ ଚଢ଼ଉ ହୋଇଛି । ଗୋଟିଏ ଟିମ୍‌ ୨ଟି ସ୍ଥାନକୁ  ଯାଇ କାଗଜପତ୍ର ଯାଞ୍ଚ କରିଛି ।   

ସିବିଆଇ ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ଗୁଣ୍ଟୁର  ସହରରେ ଥିବା ଏହି ଶିକ୍ଷାନୁଷ୍ଠାନକୁ ନାକ୍‌ ପକ୍ଷରୁ  ପରିଦର୍ଶନରେ ୬ ଜଣିଆ ଟିମ୍‌ ଯାଇଥିଲା । ଏଥିରେ  ପ୍ରଫେସର ମହାରଣାଙ୍କ ସହ ୬ ଜଣ ପ୍ରଫେସର ସାମିଲ  ଥିଲେ । ସେହି ଅନୁଷ୍ଠାନର ରେଟିଂ ବୃଦ୍ଧି କରିବାକୁ ଏହି ଟିମ୍‌ ଲାଞ୍ଚ ଦାବି କରିଥିଲେ । ସେମାନଙ୍କୁ ସୁନା ଓ ମୋବାଇଲ୍‌  ଫୋନ୍‌ ଲାଞ୍ଚ ଭାବେ ଦିଆଯାଇଥିଲା । ଏନେଇ ସୂଚନା ମିଳିବା  ପରେ ସେମାନଙ୍କୁ ଗିରଫ କରାଯିବା ସହ ୩୭ ଲକ୍ଷ ଟଙ୍କା,  ୬ଟି ଲାପଟପ୍‌ ଏବଂ ଆଇଫୋନ୍‌ ୧୬ ପ୍ରୋ ମୋବାଇଲ୍‌  ଜବତ କରାଯାଇଛି । ଏହି ଲିଙ୍କ୍‌ରେ ଦେଶର ୨୦ଟି ସ୍ଥାନରେ  ଚଢ଼ଉ ହେଉଛି । ସମ୍ବଲପୁର ସମେତ ଚେନ୍ନାଇ, ବେଙ୍ଗାଳୁରୁ,  ବିଜୟୱାଡା, ପାଲମୁ, ଭୋପାଳ ଏବଂ ଦିଲ୍ଲୀରେ ସିବିଆଇ  ରେଡ କରିଛି । ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ହେଲେ  ଜିପି ସାରଥୀ ଶର୍ମା, ରାଜା ହରିନ, ଏ ରାମକୃଷ୍ଣ, ସମରେନ୍ଦ୍ର  ନାଥ ସାହା ଏବଂ ଗାୟତ୍ରୀ ଦେବରାଜ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.