ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ନବ ଦାସ ହତ୍ୟା ମାମଲା: ଗୋପାଳଙ୍କ ପତ୍ନୀଙ୍କ ପରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

Published By : Harapriya Sethi | April 26, 2025 1:12 PM

ଭୁବନେଶ୍ୱର, ୨୬/୦୪: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା । ସରିଲା ଗୋପାଳଙ୍କ ସ୍ତ୍ରୀକୁ ଜେରା । ପାଖାପାଖି ୧ ଘଣ୍ଟା ଧରି ଜେରା କଲା କ୍ରାଇମବ୍ରାଞ୍ଚ । ୨୩ ତାରିଖରୁ ବର୍ତ୍ତମାନ ସୁଦ୍ଧା ୧୧ ଜଣଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । କିଛି ସମୟ ପରେ ଗୋପାଳକୁ ଚିକିତ୍ସା କରୁଥିବା ମାନସିକରୋଗ ବିଶେଷଜ୍ଞ ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀଙ୍କୁ ମଧ୍ୟ କରାଯିବ ଜେରା । 

କହିରଖୁ କି, ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ପୁଣି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବା ପରେ ଏବେ ବ୍ରହ୍ମପୁରରେ ପହଞ୍ଚିଛି । ୩ ଦିନ ହେଲା  ବ୍ରହ୍ମପୁରରେ ଡେରା ପକାଇ ଅଭିଯୁକ୍ତ ଗୋପାଳ ଦାସଙ୍କ  ପରିବାର ଓ ତାଙ୍କ ସହ କଥା ହୋଇଥିବା ଲୋକଙ୍କୁ  ଥାନାକୁ ଡକାଇ ପଚରାଉଚରା କରୁଛି । 

ଏଏସ୍‌ପି ବିଜୟ  କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ବ୍ରହ୍ମପୁରରେ  ଗତ ୨୩ ତାରିଖରୁ ଆସି ଗୋପାଳ ଦାସଙ୍କ ପରିବାର  ଲୋକ ଏବଂ ତାଙ୍କ ସହ କଥା ହୋଇଥିବା ବିଭିନ୍ନ  ଲୋକଙ୍କୁ ଥାନାକୁ ଡକାଇ ଜେରା କରୁଛି । ଗତକାଲି  ଟାଉନ୍‌ ଥାନାରେ ଗୋପାଳଙ୍କ ବଡ଼ ଭାଇ ସତ୍ୟ ନାରାୟଣ   ଦାସଙ୍କୁ ଜେରା ହୋଇଥିଲା । ନବ ଦାସ ହତ୍ୟା ଦିନ ସକାଳୁ ସେ କାହିଁକି ଝାରସୁଗୁଡ଼ାରୁ ବ୍ରହ୍ମପୁର ଆସିଥିଲେ ।  ସେ ନେଇ ଜେରା ହୋଇଥିବା ବେଳେ ତାଙ୍କଠାରୁ ବହୁ  ତଥ୍ୟ ପାଇଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ଗୋପାଳଙ୍କ ପୁଅ ମନୋଜ ଓ ପୁତୁରା ପ୍ରଦୀପଙ୍କୁ ମଧ୍ୟ ପଚରାଉଚରା  ହୋଇଛି । ନବ ଦାସଙ୍କ ସମ୍ପର୍କରେ କେବେ କିଛି  ଗୋପାଳ କହିଛନ୍ତି କି ନାହିଁ ଏବଂ ତାଙ୍କର ମାନସିକ  ସ୍ୱାସ୍ଥ୍ୟ କେମିତି ଥିଲା ତାହା ମଧ୍ୟ ପଚରାଉଚରା ହୋଇଛି ।  

ଶୁକ୍ରବାର ବୈଦ୍ୟନାଥପୁର ଥାନାରେ ଟିମ୍‌ ପହଞ୍ଚି ଓଡ଼ିଶା ରାଜ୍ୟ ସଡ଼କ ପରିବହନ (ଓଏସ୍‌ଆର୍‌ଟିସି)ର ଜଣେ କର୍ମଚାରୀଙ୍କୁ ଜେରା କରିଥିଲେ । ଘଟଣା ଦିନ ଗୋପାଳ କର୍ମଚାରୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ । ସେ  କ’ଣ କଥା ହୋଇଥିଲେ ପଚରାଉଚରା କରାଯାଇଥିଲା ।   ସେହି ଦିନ ବସ୍‌ ଟିକଟ ପାଇଁ ଫୋନ୍‌ କରିଥିଲେ ଏବଂ ଟଙ୍କା ମଧ୍ୟ ପଠାଇଥିଲେ ବୋଲି କର୍ମଚାରୀ ଜଣକ  କ୍ରାଇମ୍‌ବ୍ରାଞ୍ଚ୍‌ ଆଗରେ କହିଛନ୍ତି । ତେବେ କେତେ ଟଙ୍କା ଦେଇଥିଲେ ଏବଂ କାହା ପାଇଁ ଟିକଟ କରିଥିଲେ ତାହା  ସ୍ପଷ୍ଟ କରିନାହାନ୍ତି । ଜଣେ ସୁନା ଦୋକାନୀଙ୍କୁ ମଧ୍ୟ କ୍ରାଇମ୍‌  ବ୍ରାଞ୍ଚ୍‌ ଜେରା କରିଛି । କାହିଁକି ସୁନା ଦୋକାନୀକୁ ଜେରା  ହୋଇଛି ସ୍ପଷ୍ଟ ହୋଇ ନାହିଁ । ସୁନା ଦୋକାନୀ ଜେରା   ସମ୍ପର୍କରେ କୌଣସି ସୂଚନା ମିଳିନି । ଝାରସୁଗୁଡ଼ାରେ  ଗୋପାଳ ଦାସଙ୍କ ଭାଇ ହୋଟେଲ କରିଥିଲେ । ସେଠାରେ  କାମ କରୁଥିବା ରୋଷେୟାଙ୍କୁ ମଧ୍ୟ ଆଜି ଜେରା କରିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ । ଘଟଣା ପୂର୍ବରୁ ଏବଂ ସେହିଦିନ ପ୍ରାୟ  ୧୭ ଜଣଙ୍କ ସହ କଥା ହୋଇଛି ଗୋପାଳ । ପ୍ରଥମେ  ତଦନ୍ତ ସମୟରେ କିଛି ଲୋକଙ୍କୁ ତଦନ୍ତ ପରିସର କରି ଜେରା କରାଯାଇଥିବା ବେଳେ ଅନ୍ୟମାନଙ୍କୁ ତଦନ୍ତରୁ ବାଦ୍‌ ଦିଆଯାଇଥିଲା । ବର୍ତ୍ତମାନ କେସ୍‌ ରି-ଓପନ୍‌ ହେବା ପରେ  ପୁଣି ଥରେ ସମସ୍ତଙ୍କୁ ତଦନ୍ତ ପରିସର କରାଯାଇଛି । ବ୍ରହ୍ମପୁରରେ ତଦନ୍ତ ଜାରି ରହିଛି । ଏକ ଲମ୍ବା ତାଲିକା  ପ୍ରସ୍ତୁତ ହୋଇଛି, ଯେଉଁମାନେ ଗୋପାଳଙ୍କ ସହ ଲିଙ୍କ୍‌ରେ ଥିଲେ ସମସ୍ତଙ୍କୁ ଥାନାକୁ ଡକାଇ ପଚରାଉଚରା  କରାଯିବ । ଗୋପାଳ ଦାସଙ୍କ ବ୍ୟାଚ୍‌ର ପୁଲିସ କର୍ମଚାରୀଙ୍କୁ  ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ୍‌ ପଚାରିଥିବା ବେଳେ ସେ ମାନସିକ ରୋଗୀ ନ ଥିଲେ ବୋଲି ସମସ୍ତେ କହିଛନ୍ତି । ଚାକିରି ସମୟରେ ଗୋପାଳ   ପୂରା ଠିକ୍‌ ଥିଲେ ଏବଂ ସେ ଜଣେ ଭଲ୍‌ ଫୁଟ୍‌ବଲ୍‌  ଖେଳାଳି ବୋଲି ତାଙ୍କ ବ୍ୟାଚ୍‌ର କିଛି ପୁଲିସ କର୍ମଚାରୀ  କହିଥିବା କ୍ରାଇମ୍‌ବ୍ରାଞ୍ଚ ଏଏସ୍‌ପି ସୂଚନା ଦେଇଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.