ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ନବ ଦାସ ହତ୍ୟା ମାମଲା ; ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

Published By : Gurupada Nath | February 12, 2025 11:16 PM

କଟକ,୧୨/୨ : ରାଜ୍ୟର ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ। ତଦନ୍ତର ସ୍ଥିତି ସଂପର୍କରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ଉଚ୍ଚ ନ୍ୟାୟାଳୟ ଦେଇଛନ୍ତି ନିର୍ଦ୍ଦେଶ। ଫେବୃଆରୀ ୧୯ ସୁଦ୍ଧା ଷ୍ଟାଟର୍ସ ରିପୋର୍ଟ ଦାଖଲ ପାଇଁ କହିଛନ୍ତି ଅଦାଲତ।  ମାମଲାର ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ପି.ପି. ମହାନ୍ତି ଯାଚିକା ଦାୟର କରିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି।  ସାମାଜିକ କର୍ମୀ ପିନାକପାଣି ମହାନ୍ତିଙ୍କ ଆବେଦନର ଉପରେ ଫେବ୍ରୁଆରି ୧୯ ତାରିଖ ସୁଦ୍ଧା ଷ୍ଟାଟର୍ସ  ରିପୋର୍ଟ ଦେବାକୁ କୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ଆବେଦନକାରୀଙ୍କ ତରଫରୁ ଦାୟର ଆବେଦନରେ ଦର୍ଶାଯାଇଛି ଯେ ଓଡ଼ିଶାରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦ୍ଵି ପ୍ରହରରେ ହତ୍ୟା କରାଗଲା। ନବ ଦାସଙ୍କୁ କ’ଣ ପାଇଁ ଓ କେଉଁ ପରିସ୍ଥିତିରେ ହତ୍ୟା କରାଯାଇଥିଲା ତାହାର ଉତ୍ତର କ୍ରାଇମବ୍ରାଞ୍ଚ ତଦନ୍ତରୁ ମିଳି ନାହିଁ। ନବ ଦାସଙ୍କ ହତ୍ୟା ଘଟଣାର ସିବିଆଇ ଦ୍ବାରା ତଦନ୍ତ କରାଗଲେ ସତ ପଦାକୁ ଆସିବ। ତେଣୁ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ । ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ନବ ଦାସଙ୍କ ମୃତ୍ୟୁକୁ ପୂରିଛି ଦୁଇ ବର୍ଷ । ଏହି ଅବସରରେ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ତଥା ନବ ଦାସଙ୍କ ଝିଅ ଦୀପାଳି ଦାସ ସିବିଆଇ ତଦନ୍ତ ଦାବି ଦୋହରାଇଥିଲେ । ଖୁବଶୀଘ୍ର ସିବିଆଇ ତଦନ୍ତ ପାଇଁ ଆଇନମନ୍ତ୍ରୀଙ୍କ ନିକଟରେ ଦାବି କରିବୁ ବୋଲି ଚଳିତ ବର୍ଷ ଜାନୁଆରୀ ୨୯ରେ କହିଥିଲେ ଦୀପାଳି ଦାସ। 

ସୂଚନାଯୋଗ୍ୟ ଯେ, ୨୦୨୩ ମସିହାରେ ଝାରସୁଗୁଡ଼ାରେ ଏକ ରାଲି ଚାଲିଥିବା ସମୟରେ ତତ୍‌କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଛାତିରେ ଗୁଳିମାଡ଼ ହୋଇଥିଲା । ପରେ ଭୁବନେଶ୍ୱର ସ୍ଥିତ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା । ତେବେ ନବ ଦାସଙ୍କ ଏହି ଗୁଳିମାଡ଼ ଘଟଣାରେ ଏଏସ୍‌ଆଇ ଗୋପାଳ ଦାସଙ୍କୁ ଗିରଫ କରାଯାଇଥିଲା । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.