ନିଆଳି,୨୩/୦୮: ଏନଏସି ମାନ୍ୟତା  ତାଲିକାରୁ ନିଆଳି ବାଦ ପଡ଼ିବା ପରେ  ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ  ପକ୍ଷରୁ ଆନ୍ଦୋଳନ ପାଇଁ ପ୍ରସ୍ତୁତି ହେଉଛନ୍ତି ।  ଏହି ପରିପ୍ରେକ୍ଷୀରେ ନିଆଳି ବ୍ଲକ୍‌ ଅଧ୍ୟକ୍ଷଙ୍କ  ବାସଭବନରେ ବ୍ଲକ୍‌ ବିଜେଡି ସଭାପତି  ଅତୁଲ୍ୟ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ବୈଠକରେ ଆସନ୍ତା ୨୯ରେ ବିଜେଡି ପକ୍ଷରୁ  ନିଆଳି ବନ୍ଦ ଡାକରା ଦେବା ସହ ଏକ ପ୍ରତିବାଦ  ସଭା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।  

ବୈଠକରେ ବ୍ଲକ୍‌ ଅଧ୍ୟକ୍ଷ ଉମେଶ ଚନ୍ଦ୍ର  ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଦେବାଶିଷ  ଷଡ଼ଙ୍ଗୀ, ଆତ୍ମା ଅଧ୍ୟକ୍ଷ ବିଷ୍ଣୁ ସ୍ୱାଇଁ, ସରପଞ୍ଚ  ତ୍ରିନାଥ ମହାନ୍ତି, ସୁରେଶ ପଟ୍ଟନାୟକ, ଅଶ୍ୱିନୀ  ମହାନ୍ତି, କାର୍ଯ୍ୟକାରୀ ସଭାପତି ଅନ୍ତର୍ଯ୍ୟାମୀ  ବଡୁ, ବିଜୟ ରାମ ପଣ୍ଡାଙ୍କ ସମେତ ପ୍ରଦୀପ  ଦାଶ, ସେକ ହୁସେନ, ସେକ ହୁମା୍‌ୟୁନ,  ପରୀକ୍ଷିତ ବାରିକ, ପ୍ରମୋଦ ବେହେରା,  ତୃପ୍ତି ରଂଜନ ରାଉତ, ପ୍ରଭାକର ପରିଡା,  ମିଟୁ ବଡୁ ପ୍ରମୁଖ ଉପସ୍ଥିତ ଥିଲେ ।