ପ୍ରମୂଖ ଖବର
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଆହାର କେନ୍ଦ୍ର ତଦାରଖ ସହ ରନ୍ଧା ଖାଦ୍ୟ ଯାଞ୍ଚ କଲେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ

Published By : Harapriya Sethi | May 7, 2025 1:53 PM

ଗୋପାଳପୁର, ୦୭/୦୫: ଗୋପାଳପୁର ବସଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ରକୁ ଯାଇ ବୁଧବାର ଅଚାନକ ତଦାରଖ କରିବା ସହ ରନ୍ଧା ଖାଦ୍ୟ ଯାଞ୍ଚ କରିଛନ୍ତି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ । ଆହାର କେନ୍ଦ୍ର ସଫା ସୁତରା, ପାନୀୟ ଜଳର ବ୍ୟବସ୍ଥା ବୁଲି ଦେଖିବା ସହ ରନ୍ଧାଖାଦ୍ୟ ମଧ୍ୟ ଖାଇଥିଲେ । 

ଗତ ବର୍ଷ ଶ୍ରୀ ଗୁପ୍ତେଶ୍ୱର ମହିଳା ସଙ୍ଘ ପକ୍ଷରୁ ଆହାର କେନ୍ଦ୍ର ପରିଚାଳନା ପାଇଁ ଦାୟିତ୍ଵ ଦିଆଯାଇଥିଲା। ଏ ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ ସହ ଯୋଗାଯୋଗ ବେଳେ କେନ୍ଦ୍ର ପରିସର ସଫା ସୁତରା ରହିଛି ଏବଂ ରନ୍ଧାଖାଦ୍ୟ ଉନ୍ନତ ମାନର ରହିଛି ବୋଲି ସେ କହିଛନ୍ତି । ଏହି ଭଳି ଜାରି ରଖିବାକୁ ସଙ୍ଘକୁ କୁହାଯାଇଥିବା କହିଛନ୍ତି । ତଦାରଖ ବେଳେ ଏନ୍ଏସି ଅଧକ୍ଷ ଏ.ଜାନକୀ ରାମ,ସିଇଓ ସାଗରିକା ବିଷୋୟୀ, କାଉନସିଲର ଜି.ମୋହନ, କେ. କଲେଶୁ, ଜି. ମୋହନ ରାଓ, ଏସ. ବୀରେନ ପ୍ରମୁଖ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.