ଭୁବନେଶ୍ୱର,୨୦/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ  ଦିବସ ଅବସରରେ ଆସନ୍ତା ୨୧ ତାରିଖ ସକାଳ ୭ଟା ସମୟରେ ଦେଶର ୭୫ଟି  ସହରରେ ୧୦ ଲକ୍ଷ ଯୁବକଙ୍କୁ ନେଇ  ଗଣଦୌଡ଼ର ଆୟୋଜନ କରାଯାଉଛି ।  ଏହି ଗଣଦୌଡ଼ର ବାର୍ତ୍ତା ରହିଛି "ନିଶା  ମୁକ୍ତ ଭାରତ' । ଏହିକ୍ରମରେ ଭୁବନେଶ୍ୱର  କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ  ପର୍ଯ୍ୟନ୍ତ ଏକ ବିଶାଳ ଗଣଦୌଡ଼ର  ଆୟୋଜନ କରାଯାଇଛି । ଏହି ଗଣଦୌଡ଼କୁ  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ପତାକା ଦେଖାଇ ଶୁଭାରମ୍ଭ କରିବେ ।

ମୁଖ୍ୟମନ୍ତ୍ରୀ ଏହି ଗଣଦୌଡ଼ର ଜର୍ସି ଉନ୍ମୋଚନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ  ଜନ୍ମଦିନ ଅବସରରେ ଏକ ମହତ  ବାର୍ତ୍ତା ନେଇ ଆୟୋଜନ ହେଉଥିବା  ଏହି ଗଣଦୌଡ଼ରେ ବିପୁଳ ସଂଖ୍ୟକ  ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ ସାମିଲ ହେବା ପାଇଁ  ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।