ବାରଙ୍ଗ,୧୨/୦୬: ପ୍ରତ୍ୟେକ ସୋମବାର ନନ୍ଦନକାନନ ବନ୍ଦ ରହୁଥିବା  ବେଳେ ଆସନ୍ତା ସୋମବାର ୧୬ ତାରିଖ ନନ୍ଦନକାନନ ଖୋଲା ରହିବ ବୋଲି  ନନ୍ଦନକାନନ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଓଡ଼ିଶାର ଗଣପର୍ବ ରଜ ୧୪  ତାରିଖ ଠାରୁ ଆରମ୍ଭ ହେଉଛି । ୧୬ ତାରିଖ ସୋମବାର ଶେଷ ରଜ ଓ ରଜ  ସଂକ୍ରାନ୍ତି । ରଜ ୩ ଦିନ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପର୍ଯ୍ୟଟକଙ୍କ ଆଗମନ  ହୋଇଥାଏ । ତେଣୁ ସୋମବାର ନନ୍ଦନକାନନର ଉଭୟ ପ୍ରାଣୀ ଓ ଉଦ୍ଭିଦ  ଉଦ୍ୟାନ ଖୋଲା ରହିବ । ମଙ୍ଗଳବାର ୧୭ ତାରିଖ ଉଭୟ ଉଦ୍ୟାନ ବନ୍ଦ ରହିବ ।