ନୂଆଦିଲ୍ଲୀ,୨୪/୦୪: ଇନ୍ଫୋସିସ୍ ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ତାଙ୍କ ଭାଷଣ ଓ ଲେକ୍ଚର ତିଆରି କରିବାକୁ ଚାର୍ଟଜିପିଟି ବ୍ୟବହାର କରନ୍ତି । ନିକଟରେ ଏକ ସାକ୍ଷତକାରରେ ସେ ଏହା କହିଥିଲେ । ସେ ବିଶ୍ୱାସ କରନ୍ତି କି, ଉଭୟ ଟେକ୍ନିକାଲ ଏବଂ ପରିଚାଳନାଗତ ଦକ୍ଷତା ପାଇଁ ଏଆଇ-ଡ୍ରାଇଭ ସମାନ ଭାବେ ଜରୁରୀ । ୭୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଉଥିବା ନାରାୟଣ ମୂର୍ତ୍ତି ବି ଚାର୍ଟଜିପିଟି ମୋହରେ ପଡିଛନ୍ତି । ୩୦ ଘଣ୍ଟାର କାମ ୫ ଘଣ୍ଟାରେ ସାରୁଛନ୍ତି । ଏଆଇ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ ବଡ଼ ବଡ଼ ସମସ୍ୟା ସମାଧାନ ଦକ୍ଷତା ଥିବା କହିଛନ୍ତି ନାରାୟଣ ମୂର୍ତ୍ତି।
କିଛି ଦିନ ତଳେ ୭୦ ଘଣ୍ଟା କାମ କରିବାକୁ ପରାମର୍ଶ ଦେଇ ଚର୍ଚ୍ଚାକୁ ଆସିଥିଲେ ନାରାୟଣ ମୂର୍ତ୍ତି । ଏବେ ସେ କହିଛନ୍ତି କି, ''ଚାର୍ଟଜିପିଟି ଦ୍ୱାରା ମୋର ୫ ଗୁଣା ପ୍ରଡକ୍ଟିଭିଟି ବୃଦ୍ଧି ହୋଇଛି । ଲେକ୍ଚରର ଥିମ୍, ଢାଞ୍ଚା ପାଇଁ ବହୁତ ପରିଶ୍ରମ ଲାଗେ । ହେଲେ ମୋ ପୁଅ ରୋହନ ଚାର୍ଟଜିପିଟି ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ଏହାକୁ ବ୍ୟବହାର କରି ମୋର ଲେକ୍ଚର ଓ ଢାଞ୍ଚା ପ୍ରସ୍ତୁତ କରୁଛି । ଏହା ଦ୍ୱାରା ମୋର ସମୟ ବଞ୍ଚୁଛି । ''
ମଣିଷ ଜାଗା ନେବନି ଏଆଇ- ନାରାୟଣ ମୂର୍ତ୍ତି ମାନନ୍ତି କି ଏଇଆଇ ମଣିଷଙ୍କ ସ୍ଥାନ କେବେ ବି ନେବ ନାହିଁ । ବରଂ ଅଧିକ ପ୍ରଭାବୀ ଓ ଆକ୍ଟିଭ କରିବାର ସାଧନ ହେବ । ଏହି ଟେକନିକ୍ ସେବେ କାମରେ ଆସିବ ଯେବେ ଲୋକ ତାକୁ ସଠିକ୍ ପ୍ରଶ୍ନ କରିବେ । ଯଦି ଆମେ ଏଆଇଠୁ ସଠିକ୍ ପ୍ରକ୍ରିୟାରେ ଆମର ଆବଶ୍ୟକତା କହିବା ତ ଏହା ଆମକୁ ଉପଯୋଗୀ ଉତ୍ତର ଦେଇପାରେ । ଦେଶର ଆଇଟି କମ୍ପାନୀ ଏହି ଟେକନିକ୍ ବ୍ୟବହାର କରି କୋଡିଂ ପରି କାମକୁ ଦ୍ରୁତ ଗତିରେ କରିପାରେ । ଜଟିଳ ସମସ୍ୟାର ସମାଧାନ କରିପାରେ । ସମସ୍ତେ କହୁଥିଲେ ବ୍ୟାଙ୍କ ସେକ୍ଟରକୁ କମ୍ପ୍ୟୁଟର ଆସିବା ପରେ ଚାକିରି ଚାଲିଯିବ କିନ୍ତୁ ଚାକିରି ୪୦ରୁ ୫୦ ଗୁଣା ବଢିଛି । ଏଆଇ ଲୋକଙ୍କୁ ଅଧିକ ସ୍ମାର୍ଟ ଓ ଅଧିକ କାମ କରିବାକୁ ସାହାଯ୍ୟ କରିବ ।''