ଭୁବନେଶ୍ବର, ୨୯/୦୩: କଳାହାଣ୍ଡି ଜିଲ୍ଲା ନର୍ଲା MLAଙ୍କ ସ୍ବାମୀଙ୍କ ନାଁରେ ମାମଲା ।ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ । ନର୍ଲା ତହସିଲଦାର ଏହି ଅଭିଯୋଗ ଆଣିଛନ୍ତି । ବିଧାୟିକାଙ୍କ ସ୍ବାମୀ ତାଙ୍କୁ ହତ୍ୟା ଧମକ ଦେଇଥିବା ଏତଲା ଦେଇଛନ୍ତି । ଏନେଇ କମିଶନରେଟ୍ ପୁଲିସ ସହଯୋଗରେ ରବିବାର ବିଜେଡି ବିଧାୟକଙ୍କ କ୍ବାର୍ଟର୍ସରେ ପହଞ୍ଚିଛି କଳାହାଣ୍ଡି ପୁଲିସ । ଭୁବନେଶ୍ବର ସ୍ଥିତି ବିଧାୟିକା ମନୋରମା ମହାନ୍ତି MLA କ୍ବାର୍ଟର୍ସରେ ପହଞ୍ଚି ପଚରାଉଚରା କରିଛି ।
ସୂଚନା ଅନୁଯାୟୀ, ନର୍ଲା ବିଧାୟିକାଙ୍କ ସ୍ବାମୀ ତଥା ନର୍ଲା ବ୍ଲକ୍ ଅଧ୍ୟକ୍ଷ ଦୁର୍ଗପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାରଙ୍କୁ ଜୀବନରୁ ମାରିଦେବାକୁ ଧମକ ଚମକ ଦେଇଥିଲେ । ଘଟଣାକୁ ନେଇ ମାର୍ଚ୍ଚ ୧୫ ତାରିଖରେ ତହସିଲଦାର ବିଭୁ ପ୍ରସାଦ ସିଂହ ନର୍ଲା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ପୁଲିସ ଭାରତୀୟ ନ୍ୟାୟ ସଂହିତା ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ କରିଛି । ରବିବାର କଳାହାଣ୍ଡି ପୁଲିସ ଭୁବନେଶ୍ବରରେ ପହଞ୍ଚି କମିଶନରେଟ୍ ପୁଲିସ ସହଯୋଗରେ MLA କ୍ବାର୍ଟର୍ସରେ ପହଞ୍ଚି ପଚରାଉଚରା କରିଛି ।
ସେପଟେ କଳାହାଣ୍ଡି ଏସପି ପ୍ରତିକ୍ରିୟା ରଖି କହିଛନ୍ତି, ବିଧାୟିକାଙ୍କ ଘରକୁ ନୋଟିସ୍ ଦେବାକୁ ଯାଇଥିଲା ପୁଲିସ । କମିଶନରେଚ୍ ପୁଲିସ ସହାୟତାରେ ଏହି ନୋଟିସ୍ ଦିଆଯାଇଛି । 'ଗିରଫଦାରୀ କିମ୍ବା କୌଣସି ରେଡ୍ ପାଇଁ ପୁଲିସ ଯାଇନଥିଲା । ତେଣୁ ବାଚସ୍ପତି ସୁରମା ପାଢୀଙ୍କୁ ଅବଗତ କରାଯାଇନାହିଁ ବୋଲି କଳାହାଣ୍ଡି ଏସପି କହିଛନ୍ତି । ଅନ୍ୟପଟେ ନର୍ଲା ବିଧାୟିକା ମନୋରମା ମହିନ୍ତି କିମ୍ବା ତାଙ୍କ ସ୍ବାମୀ ଦୁର୍ଗାପ୍ରସାଦ ମହାନ୍ତିର ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଅଧିକ ପଢନ୍ତୁ-ଦିଲ୍ଲୀରେ ମୋହନ- ମନମୋହନ: ବଢିଲା ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଓ ନିଗମ ଅଧ୍ୟକ୍ଷ ନିଯୁକ୍ତି ଚର୍ଚ୍ଚା