ପ୍ରମୂଖ ଖବର
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମହାକାଶରୁ ଭାରତର ରାତ୍ରି ସମୟର ଫଟୋ ସେୟାର କଲା ନାସା, ଆଲୋକମାଳାରେ ଝଲମଲ କରୁଥିଲା ଇଣ୍ଡିଆ

Published By : Prameya | April 14, 2025 8:57 AM

ନୂଆଦିଲ୍ଲୀ ୧୪/୦୪:  ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ରବିବାର ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ୍‌(ଆଇଏସ୍‌ଏସ୍‌)ରୁ ଉଠାଯାଇଥିବା ପୃଥିବୀର ରାତ୍ରି ସମୟର କିଛି ସୁନ୍ଦର ଫଟୋକୁ ଜାରି କରିଛି । ଏକ୍ସରେ ସେୟାର  ହୋଇଥିବା ସେହି ଫଟୋରେ ଭାରତ ସହରଗୁଡିକର ଆଲୋକମାଳାରେ  ଝଲମଲ କରୁଥିବା ଦେଖିବାକୁ  ମିଳୁଛି । 




ଭାରତ ବ୍ୟତୀତ ଆମେରିକା, ଦକ୍ଷିଣ ପୂର୍ବ ଏସିଆ  ଓ କାନାଡାର ଫଟୋକୁ ନାସା  ସେୟାର କରିଛି । ସୋସିଆଲ୍‌  ମିଡିଆରେ ଲୋକେ ତାକୁ ଖୁବ୍‌ ପସନ୍ଦ କରୁଛନ୍ତି । ନାସା ପକ୍ଷରୁ  ମୋଟ ୪ଟି ଫଟୋ  ସେୟାର କରାଯାଇଛି ।  ସେଥିରେ ଭିନ୍ନ ଭିନ୍ନ ଦେଶର  ରାତ୍ରିକାଳୀନ ଦୃଶ୍ୟ ରହିଛି ।  ପ୍ରଥମ ଫଟୋଟି ମିଡୱେଷ୍ଟ  ଆମେରିକାର ହୋଇଥିବାବେଳେ ସେଥିରେ ଆକାଶରେ ବାଦଲ  ଥିବା ଦେଖିବାକୁ ମିଳୁଛି । 

ଦ୍ୱିତୀୟ ଫଟୋରେ ଭାରତ ରାତିରେ  ସହରଗୁଡି଼କର ଆଲୋକମାଳାରେ ଝଲସୁଛି । ତାରା ଭର୍ତ୍ତି ଆକାଶ  ତଳେ ଦେଶର ନକ୍ସା ସ୍ପଷ୍ଟ ଭାବେ ଦେଖାଯାଉଛି । ଯେଉଁଠାରେ ବଡ଼  ସହରଗୁଡି଼କର ଆଲୋକ ଏକ ବୁଢ଼ିଆଣୀ ଜାଲ ଭଳି ପରିବ୍ୟାପ୍ତ  ହୋଇଛି । ତୃତୀୟ ଫଟୋରେ ଦକ୍ଷିଣ ପୂର୍ବ ଏସିଆର ଉପକୂଳବର୍ତ୍ତୀ  ଓ କେନ୍ଦ୍ରୀୟ ଅଞ୍ଚଳ ଏବଂ ଚତୁର୍ଥରେ କାନାଡାରେ ରାତ୍ରି ସମୟର  ଦୃଶ୍ୟ ଦେଖିବାକୁ ମିଳୁଛି।

ପିଏନବି ଘୋଟାଲା; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.