ନୂଆଦିଲ୍ଲୀ ୧୪/୦୪:  ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ରବିବାର ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ୍‌(ଆଇଏସ୍‌ଏସ୍‌)ରୁ ଉଠାଯାଇଥିବା ପୃଥିବୀର ରାତ୍ରି ସମୟର କିଛି ସୁନ୍ଦର ଫଟୋକୁ ଜାରି କରିଛି । ଏକ୍ସରେ ସେୟାର  ହୋଇଥିବା ସେହି ଫଟୋରେ ଭାରତ ସହରଗୁଡିକର ଆଲୋକମାଳାରେ  ଝଲମଲ କରୁଥିବା ଦେଖିବାକୁ  ମିଳୁଛି । 




ଭାରତ ବ୍ୟତୀତ ଆମେରିକା, ଦକ୍ଷିଣ ପୂର୍ବ ଏସିଆ  ଓ କାନାଡାର ଫଟୋକୁ ନାସା  ସେୟାର କରିଛି । ସୋସିଆଲ୍‌  ମିଡିଆରେ ଲୋକେ ତାକୁ ଖୁବ୍‌ ପସନ୍ଦ କରୁଛନ୍ତି । ନାସା ପକ୍ଷରୁ  ମୋଟ ୪ଟି ଫଟୋ  ସେୟାର କରାଯାଇଛି ।  ସେଥିରେ ଭିନ୍ନ ଭିନ୍ନ ଦେଶର  ରାତ୍ରିକାଳୀନ ଦୃଶ୍ୟ ରହିଛି ।  ପ୍ରଥମ ଫଟୋଟି ମିଡୱେଷ୍ଟ  ଆମେରିକାର ହୋଇଥିବାବେଳେ ସେଥିରେ ଆକାଶରେ ବାଦଲ  ଥିବା ଦେଖିବାକୁ ମିଳୁଛି । 

ଦ୍ୱିତୀୟ ଫଟୋରେ ଭାରତ ରାତିରେ  ସହରଗୁଡି଼କର ଆଲୋକମାଳାରେ ଝଲସୁଛି । ତାରା ଭର୍ତ୍ତି ଆକାଶ  ତଳେ ଦେଶର ନକ୍ସା ସ୍ପଷ୍ଟ ଭାବେ ଦେଖାଯାଉଛି । ଯେଉଁଠାରେ ବଡ଼  ସହରଗୁଡି଼କର ଆଲୋକ ଏକ ବୁଢ଼ିଆଣୀ ଜାଲ ଭଳି ପରିବ୍ୟାପ୍ତ  ହୋଇଛି । ତୃତୀୟ ଫଟୋରେ ଦକ୍ଷିଣ ପୂର୍ବ ଏସିଆର ଉପକୂଳବର୍ତ୍ତୀ  ଓ କେନ୍ଦ୍ରୀୟ ଅଞ୍ଚଳ ଏବଂ ଚତୁର୍ଥରେ କାନାଡାରେ ରାତ୍ରି ସମୟର  ଦୃଶ୍ୟ ଦେଖିବାକୁ ମିଳୁଛି।

ପିଏନବି ଘୋଟାଲା; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି