ଭୁବନେଶ୍ଵର, ୧୫/୧୨ : ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୭୫ତମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପ୍ରଧାନମନ୍ତ୍ରୀ ଏନେଇ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟତିଥିରେ ତାଙ୍କୁ ସାଦର ପ୍ରଣାମ। ଦେଶକୁ ଏକଜୁଟ କରିବାରେ ସେ ତାଙ୍କ ଜୀବନକୁ ସମର୍ପିତ କରିଥିଲେ। ଅବିଭାଜିତ ଏବଂ ସଶକ୍ତ ଭାରତବର୍ଷ ନିର୍ମାଣରେ ତାଙ୍କର ଅଦ୍ଵିତୀୟ ଯୋଗଦାନ ରହିଥିଲା।
भारत रत्न सरदार पटेल की 75वीं पुण्यतिथि आत्मनिर्भर भारत के लिए प्रेरणा लेने का भी एक विशेष अवसर है। उन्होंने देशवासियों में राष्ट्रीय एकता की जो भावना भरी, वो ‘विकसित भारत’ के लिए ऊर्जा का स्रोत है। राष्ट्र निर्माण में उनकी अद्वितीय भूमिका सशक्त और सामर्थ्यवान भारत के लिए… https://t.co/kJlulprPry
— Narendra Modi (@narendramodi) December 15, 2025
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ଭାରତର ଏକତା ଓ ଅଖଣ୍ଡତାର ମହାନ ସ୍ଥପତି, 'ଭାରତ ରତ୍ନ' ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି। ସ୍ୱାଧୀନତା ପରେ ସେ ଯେଉଁ ଦୃଢ଼ତା ଓ ଦୂରଦର୍ଶିତା ସହ ଶତାଧିକ ଦେଶୀୟ ରାଜ୍ୟକୁ ଭାରତ ସହ ମିଶାଇ ଏକ ସୁଦୃଢ଼ ରାଷ୍ଟ୍ରର ଭିତ୍ତି ସ୍ଥାପନ କଲେ, ତାହା ଭାରତୀୟ ଇତିହାସରେ ସର୍ବଦା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ତାଙ୍କର ଆଦର୍ଶ ଆମକୁ ସର୍ବଦା ରାଷ୍ଟ୍ର ସେବା ଏବଂ କର୍ତ୍ତବ୍ୟନିଷ୍ଠାର ପଥରେ ଅଗ୍ରସର ହେବା ପାଇଁ ଶିକ୍ଷା ଦେଉଥିବ।
ଭାରତର ଏକତା ଓ ଅଖଣ୍ଡତାର ମହାନ ସ୍ଥପତି, 'ଭାରତ ରତ୍ନ' ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
— Mohan Charan Majhi (@MohanMOdisha) December 15, 2025
ସ୍ୱାଧୀନତା ପରେ ସେ ଯେଉଁ ଦୃଢ଼ତା ଓ ଦୂରଦର୍ଶିତା ସହ ଶତାଧିକ ଦେଶୀୟ ରାଜ୍ୟକୁ ଭାରତ ସହ ମିଶାଇ ଏକ ସୁଦୃଢ଼ ରାଷ୍ଟ୍ରର ଭିତ୍ତି ସ୍ଥାପନ କଲେ, ତାହା ଭାରତୀୟ ଇତିହାସରେ ସର୍ବଦା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ… pic.twitter.com/izm7KYAS1r
୧୮୭୫ ମସିହାରେ ଗୁଜରାଟରେ ଜନ୍ମଗ୍ରହଣ କରିଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଭାରତର ସ୍ଵାଧୀନତା ସଂଗ୍ରାମରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସ୍ୱାଧୀନ ଭାରତର ସେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ସ୍ୱାଧୀନତା ସମୟରେ ବିନା ରକ୍ତପାତରେ ଭାରତର ପ୍ରାୟ ସମସ୍ତ ରାଜ୍ୟଗୁଡ଼ିକୁ ଏକାଠି କରିବାରେ ତାଙ୍କର ଅବଦାନ ନିମିତ୍ତ ତାଙ୍କୁ "ଲୌହ ମାନବ" ଉପାଧି ମିଳିଥିଲା । ସେ ୫୬୦ରୁ ଅଧିକ ଗଡ଼ଜାତ ରାଜ୍ୟକୁ ଭାରତ ସହ ବିଲୟ କରିଥିଲେ। ତାଙ୍କର ସ୍ମୃତିରେ ୨୦୧୪ ମସିହାରୁ ପ୍ରତିବର୍ଷ ତାଙ୍କର ଜନ୍ମତିଥି ୩୧ ଅକ୍ଟୋବରକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ ହୋଇ ଆସୁଅଛି । ୧୯୫୦ ମସିହା ଡିସେମ୍ଵର ୧୫ରେ ତାଙ୍କର ପରଲୋକ ହୋଇଥିଲା। ତାଙ୍କର ସମାଧି ଶୋଭାଯାତ୍ରାରେ ପ୍ରଧାନମନ୍ତ୍ରୀ ନେହୁରୁ ଏବଂ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ସହ ପାଖାପାଖି ଦଶ ଲକ୍ଷ ଲୋକ ଉପସ୍ଥିତ ଥିଲେ ।