ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ସ୍ୱାଧୀନତା ପରେ ଭାରତ ଇତିହାସରେ ପ୍ରଥମ ଘଟଣା, ଓଡ଼ିଶାର ଜନବସତି ନଥିବା ୧୦ ଦ୍ୱୀପରେ ଜାତୀୟ ପତାକା ଉଡ଼ିଲା

Published By : Prameya | January 26, 2025 8:16 AM

କଟକ,୨୬/୦୧: ରାଜ୍ୟର ୧୦ଟି ଜନବସତି ବିହୀନ ଦ୍ୱୀପରେ ଉଡ଼ିଛି ଜାତୀୟ ପତାକା । ସ୍ୱାଧୀନତା ପରେ ଭାରତ ଇତିହାସରେ ଏହା ପ୍ରଥମ ଘଟଣା । ଗତ  ନଭେମ୍ବର ମାସରେ ଆୟୋଜିତ ସର୍ବଭାରତୀୟ ଆରକ୍ଷୀ ମହାନିର୍ଦ୍ଦେଶକ  (ଡିଜି-ଆଇଜି) ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଭଳି କରିବା ପାଇଁ ନିର୍ଦ୍ଦେଶ  ଦେଇଥିଲେ । ଏହି କ୍ରମରେ ସାଧାରଣତନ୍ତ୍ର ଦିବସର  ଅବ୍ୟବହିତ ପୂର୍ବରୁ ଓଡ଼ିଶାର ୧୦ଟି ଉପକୂଳ ଦ୍ୱୀପକୁ ଚିହ୍ନଟ କରାଯାଇ ସେଠାରେ ଜାତୀୟ ପତାକା ଉତ୍ତୋଳନ  କରାଯାଇଛି । 

ଜନବସତି ବିହୀନ ଦ୍ୱୀପପୁଞ୍ଜ ଗୁଡିକରେ ଭାରତର ଗର୍ବ ଏବଂ ସାର୍ବଭୌମତ୍ୱ ପ୍ରଦର୍ଶନ କରିବା ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ୱାରା ପରିକଳ୍ପିତ ଚିନ୍ତାଧାରାର ଉଦ୍ଦେଶ୍ୟ । ସାଧାରଣତନ୍ତ୍ର ଦିବସ  କିମ୍ବା ତାର ପୂର୍ବଦିନ ପତାକା ଉଡ଼ାଇବାକୁ ମୋଦିଜୀ ପରାମର୍ଶ ଦେଇଥିଲେ । ମୋଦିଜୀଙ୍କ ଏହି ପରିକଳ୍ପନାକୁ ସାକାର କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତ୍ୱରିତ ପଦକ୍ଷେପ ନେଇଥିଲେ। ତେଣୁ ସେଭଳି ଦ୍ୱୀପ ଚିହ୍ନଟ କରିବାକୁ ଡିଜିପି  ଯୋଗେଶ ବାହାଦୂର ଖୁରାନିଆଙ୍କୁ କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ  ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଓଡ଼ିଶାର ୧୦ଟି  ଉପକୂଳ ଦ୍ୱୀପକୁ ଚିହ୍ନଟ କରାଯାଇଛି । ବାଲେଶ୍ୱର ଜିଲ୍ଲାର  ସୁବର୍ଣ୍ଣ ଦ୍ୱୀପ, ଭଦ୍ରକ ଜିଲ୍ଲାର ନୟା ଟାପୁ ଦ୍ୱୀପ, ଉଡ଼ାବାଲି, କନିକା, ଲଙ୍ଗ ହ୍ୱିଲର,ସର୍ଟ ଆଇଲାଣ୍ଡ, ସ୍ମଲ ହ୍ୱିଲର ଏବଂ ଜଗତସିଂହପୁର ଜିଲ୍ଲାର ବୋଇତରାକୁଦ, ଜଟାଧାର ତଣ୍ଡା  ଏବଂ ବରକୁଦ ଦ୍ୱୀପରେ ଜାତୀୟ ପତାକା ଉଡ଼ାଇବାକୁ ନିଷ୍ପତ୍ତି  ନିଆଯାଇଥିଲା । ନିଷ୍ପତ୍ତି ଅନୁସାରେ ଶନିବାର ସମସ୍ତ ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। 

ସୂଚନାଯୋଗ୍ୟ, ଓଡ଼ିଶା ପୁଲିସର ସାମୁଦ୍ରିକ ଥାନା ପକ୍ଷରୁ ଏହି ଦ୍ୱୀପଗୁଡ଼ିକୁ  ସର୍ଭେ କରାଯାଇ ଜାତୀୟ ପତାକା ଉତ୍ତୋଳନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.