ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନ୍ୟାସନାଲ ହେରାଲ୍ଡ କେସ୍‌ରେ ଇଡିର ଆକ୍ସନ , ସୋନିଆ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ

Published By : Prameya | April 15, 2025 6:31 PM

ନୂଆଦିଲ୍ଲୀ - ନ୍ୟାସନାଲ ହେରାଲ୍ଡ କେସ୍‌ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାନୁଷ୍ଠାନ। ମଙ୍ଗଳବାର ଦିନ ନ୍ୟାସନାଲ ହେରାଲ୍ଡ ସହ ଜଡ଼ିତ ମନି ଲଣ୍ଡରିଂ କେସ୍‌ରେ, କଂଗ୍ରେସ ନେତା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ ଇଡି ଚାର୍ଜସିଟ୍‌ ଦାଖଲ କରିଛି। ଉକ୍ତ ଚାର୍ଜସିଟ୍‌ରେ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା ଓ ସୁମନ ଦୁବେଙ୍କ ନାଁ ମଧ୍ୟ ଅଭିଯୁକ୍ତ ଭାବେ ଉଲ୍ଲେଖ କରାଯାଇଛି। 

ଚାର୍ଜସିଟ୍‌ ୯ ଅପ୍ରେଲରେ ସ୍ୱତନ୍ତ୍ର କୋର୍ଟରେ ଦାଖଲ କରାଯାଇ ଥିଲା, ଯାହାକୁ ସ୍ପେଶାଲ ଜଜ୍‌ ବିଶାଲ ଗୋଗନି ବିଚାର ପଏଣ୍ଟରେ ଯାଞ୍ଚ କରିଥିଲେ। ଉକ୍ତ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ୨୫ ଅପ୍ରେଲ ୨୦୨୫ର ତାରିଖ ଧାର୍ଯ୍ୟ କରିଛନ୍ତି। 

ବିଚାରପତି ନିଜର ଆଦେଶରେ କହିଛନ୍ତି , ‘ ଉପସ୍ଥାପିତ ପବ୍ଲିକ୍‌ ପ୍ରସିକ୍ୟୁସନ ଅଭିଯୋଗକୁ ୨୫ ଅପ୍ରେଲରେ ବିଚାର ପାଇଁ ନିଆଯିବ। ସେହି ଦିନ ଇଡିର ସ୍ୱତନ୍ତ୍ର ଓକିଲ ଓ ତଦନ୍ତ ଅଧିକାରୀଙ୍କୁ କେସ୍‌ ଡାଏରୀ ମଧ୍ୟ କୋର୍ଟରେ ଉପସ୍ଥାପନ କରିବାକୁ ହେବ, ଯାହାକି କୋର୍ଟ ଏହାକୁ ଦେଖି ପାରିବେ। '

ଏହି କେସ୍‌ରେ ଅଭିଯୋଗ ରହିଛି କି, ୟଙ୍ଗ ଇଣ୍ଡିଆନ ପ୍ରାଇଭେଟ୍‌ ଲିମିଟେଡ୍‌ ମାଧ୍ୟମରେ ଗାନ୍ଧୀ ପରିବାର ଆସୋସିଏଟେଡ୍‌ ଜର୍ନାଲ୍ସ ଲିମିଟେଡ୍‌ (ଏଜେଏଲ୍‌)ର କୋଟି କୋଟି ସଂପତ୍ତି ଜାଲିଆତି କରି କବଜା କରି ନେଇଛନ୍ତି। ୟଙ୍ଗ ଇଣ୍ଡିଆନରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କର ୩୮-୩୮ ପ୍ରତିଶତ ଅଂଶଧନ ରହିଛି। ଏଜେଏଲ ସେହି କମ୍ପାନୀ ଯାହା ପୂର୍ବରୁ ନ୍ୟାସନାଲ ହେରାଲ୍ଡ ଖବର କାଗଜ ପ୍ରକାଶ କରୁଥିଲା। 

ଇଡି ସଦ୍ୟ ଏହି କେସ୍‌ ଅନୁସାରେ ,୬୬୧ କୋଟି ଟଙ୍କାର ସଂପତ୍ତି ଜବତ କରିବାର ପ୍ରକ୍ରିୟା ଆରମ୍ଭ କରି ଦେଇଛି। ଦିଲ୍ଲୀ , ମୁମ୍ୱାଇ ଓ ଲକ୍ଷ୍ନୌ ସ୍ଥିତ ଏହି ପ୍ରପର୍ଟିଜ୍‌କୁ କବଜାରେ ନେବା ପାଇଁ ସଂପୃକ୍ତ ରେଜିଷ୍ଟ୍ରାରମାନଙ୍କୁ ନୋଟିସ୍‌ ଜାରି କରାଯାଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.