ନୂଆଦିଲ୍ଲୀ,୨୧।୫: ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାର ଶୁଣାଣି ନୂଆଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଚାଲିଛି। କୋର୍ଟରେ ଇଡି ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛି। କୋର୍ଟ ସମ୍ମୁଖରେ ଯୁକ୍ତି ଉପସ୍ଥାପନ କରି ଇଡି କହିଛି ଯେ, ପ୍ରଥମରୁ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି। ସେ ୧୪୨ କୋଟି ଟଙ୍କା ଆୟ କରିଛନ୍ତି।
ଇଡି ପକ୍ଷରୁ ଏଏସ୍ଜି ରାଜୁ କୋର୍ଟକୁ କହିଛନ୍ତି, ରାହୁଲ ଗାନ୍ଧୀ ଓ ସୋନିଆଙ୍କ ସହ ଅନ୍ୟମାନଙ୍କ ଉପରେ କେସ୍ ଅଛି। ଇଡି କୋର୍ଟ କହିଛନ୍ତି, ସମ୍ପତ୍ତି ଜବତ ନଭେମ୍ବର ୨୦୨୩ ରେ ହୋଇଥିଲା, ସେ ପର୍ଯ୍ୟନ୍ତ ଅଭିଯୁକ୍ତ ଅପରାଧ ଆୟର ଲାଭ ନେଉଥିଲେ। ଏହି ସମୟରେ ତାଙ୍କୁ ୧୪୨ କୋଟି ଟଙ୍କାର ଲାଭ ମିଳିଛି। ଇଡି କହିଛି, ଯେତେବେଳେ ଅଭିଯୁକ୍ତମାନେ ଅପରାଧର ଆୟ ଅର୍ଜିତ କରିଥିଲେ ସେମାନେ ମନି ଲଣ୍ଡରିଂ କରିଛନ୍ତି, କିନ୍ତୁ ସେ ଆୟକୁ ନିଜ ପାଖରେ ରଖିବା ମଧ୍ୟ ମନି ଲଣ୍ଡରିଂ କୁହାଯାଏ। ଏହା ନା କେବଳ ପ୍ରତ୍ୟକ୍ଷ, ବଂର ଅପ୍ରତ୍ୟକ୍ଷ ମଧ୍ୟ,ଯାହାକି ଅପରାଧର ଆୟର ଅଧିଗ୍ରହଣ।’
ଇଡି ନାସନାଲ ହେରାଲ୍ଡ ମାମଲାକୁ ନେଇ ପୂର୍ବରୁ ବି ଚାର୍ଜସିଟ୍ ଦାଖଲ କରିଥିଲେ। ଏବେ ଏହି ମାମଲାର ଶୁଣାଣି ହେଉଛି। ଇଡିର ଚାର୍ଜସିଟ୍ ଦାଖଲ ହେବାପରେ ରାଉଜ ଏଭିନ୍ୟୁ କୋର୍ଟ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ସାମ୍ ପିଟ୍ରୋଡାଙ୍କସହ ଅନ୍ୟ ଅଭିଯୁକ୍ତଙ୍କୁ ନୋଟିସ୍ ଜାରି କରିଥିଲେ। କୋର୍ଟ କହିଥିଲେ ଚାର୍ଜସିଟ୍ ଉପରେ ଆଲୋଚନା କରିବା ପୂର୍ବରୁ ଅଭିଯୁକ୍ତଙ୍କ ପକ୍ଷକୁ ଶୁଣିବାର ଅଧିକାର ଛଡାଇ ପାରିବୁନି।
ଅଭିଷେକ ମନୁ ସିଙ୍ଗଭି ମାମଲାର ଶୁଣାଣି ଜୁଲାଇ ପର୍ଯ୍ୟନ୍ତ ଘୁଞ୍ଚାଇବାକୁ ଦାବି କରିଛନ୍ତି। ସେ କୋର୍ଟକୁ କହିଛନ୍ତି, ତାଙ୍କୁ ନିକଟରେ ଚାର୍ଜସିଟ୍ର କପି ମିଳିଛି, ଯାହାକୁ ପଢିବାରେ ସମୟ ଲାଗି। ଇଡି ପକ୍ଷରୁ ଏଏସ୍ଜି ଏସ୍ଭି ରାଜୁ ଶୁଣାଣି ଘୁଞ୍ଚାଇବାର ଦାବିର ବିରୋଧ କରି କହିଛନ୍ତି, ଗତ ଶୁଣାଣି ଉପରେ ଚାର୍ଜସିଟ୍ର କପି ଦିଆଯାଇଥିଲା ଓ ଏହାପରେ ଆଜି ଶୁଣାଣି ପାଇଁ କେସ୍ ଲଗାଇଦେଲେ। ଏହି ସମୟରେ କେହି ବି କୌଣସି ପ୍ରକାର ଆପତ୍ତି ପ୍ରକାଶ କରିନଥିଲେ, କିନ୍ତୁ ଏବେ ଶୁଣାଣି ଘୁଞ୍ଚିବାର ଦାବି କରାଯାଉଛି। ଆଜି ଆମେ ଶୁଣାଣି ପାଇଁ ପ୍ରସ୍ତୁତ। ଇଡି କହିଛି ୟଙ୍ଗ ଇଣ୍ଡିଆ କମ୍ପାନୀର ମାଲିକା ସବୁବେଳେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପାଖରେ ରହିଛି। ୟଙ୍ଗ ଇଣ୍ଡିଆଣ କେବେ କୌଣସି ବିଜନେସ୍ ଆକ୍ଠିଭିଟି ନଥିଲା। ତାଙ୍କର କାମ ବସ୍ ସୋନିଆ ଗାନ୍ଧୀ ଓ ରାହୁଲଙ୍କର ଫାଇଦା ହୋଇଥିଲା। ଆମେ ୨୧ ସ୍ଥାନରେ ରେଡ୍ କରିଥିଲୁ, ଯେଉଁଥିରୁ ୫୧ ଲକ୍ଷ ଆଖପାଖର କ୍ୟାସ ଜବତ ହୋଇଥିଲା। ଏହା ସହ ବହୁ ଆପତ୍ତିଜନକ ସାକ୍ଷ୍ୟ ବି ଜବତ କରାଯାଇଥିଲା। ’