ଭୁବନେଶ୍ୱର,୦୫/୧୨: ଆସନ୍ତା ୭ରୁ ୧୧ ତାରିଖ ପର୍ଯ୍ୟନ୍ତ  କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେବ  ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ  ଚାମ୍ପିଅନସିପ୍‌ । ଏହି ପ୍ରତିଯୋଗିତାରେ  ୨୦୦୦ କ୍ରୀଡ଼ାବିତ୍‌ ଭାଗ ନେବାର  କାର୍ଯ୍ୟକ୍ରମ ରହିଛି । ହରିଆନାରୁ ସର୍ବାଧିକ ୧୫୦ ଜଣ  କ୍ରୀଡ଼ାବିତ୍‌ ରହିଥିବାବେଳେ ଓଡ଼ିଶାରୁ  ୭୮ ଜଣ ଭାଗ ନେବେ । ଓଡ଼ିଶା  ଦଳରେ ୪୩ ଜଣ ପୁରୁଷ ଏବଂ ୩୫  ଜଣ ମହିଳା କ୍ରୀଡ଼ାବିତ୍‌ ରହିଛନ୍ତି ।  

କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି,  ‘ଆସନ୍ତା ୭ରୁ ୧୧ ତାରିଖ ପର୍ଯ୍ୟନ୍ତ  କଳିଙ୍ଗ ଷ୍ଟାଡିୟମ୍‌ରେ ଜାତୀୟ ଜୁନିୟର  ଆଥଲେଟିକ୍ସ ଆୟୋଜିତ ହେବାକୁ  ଯାଉଛି । ଓଡ଼ିଶା ଖେଳାଳି ଭଲ ପ୍ରଦର୍ଶନ  କରନ୍ତୁ, ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ।’ ପୂର୍ବରୁ ଚଳିତ ବର୍ଷ ୨୭ତମ  ଜାତୀୟ ଫେଡେରେସନ ସିନିୟର  ଆଥଲେଟିକ୍ସ, ୭୦ତମ ଓଡ଼ିଶା ରାଜ୍ୟ  ସିନିୟର ଓ ଜୁନିୟର ଆଥଲେଟିକ୍ସ  ଚାମ୍ପିଅନସିପ୍‌ ଏବଂ ୩୫ତମ  ଇଷ୍ଟଜୋନ୍‌ ଜୁନିୟର ଆଥଲେଟିକ୍ସ  କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହ  ଆୟୋଜିତ ହୋଇଥିଲା