ପ୍ରମୂଖ ଖବର
  • ରାଜଧାନୀରେ ଧରାପଡ଼ିଲେ ନକଲି DSP, ୨ଲକ୍ଷରୁ ଅଧିକ ନକଲି ଟଙ୍କା ସହ ପୋଲିସ ୟୁନିଫର୍ମ ଜବତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ: ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ, ୧୨ଟା ୯ ମିନିଟ୍ ଯାଏ ଗୃହ ମଲତବୀ
  • ||
  • ଗଞ୍ଜାମ : ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର ଘଟଣା: ମିଳିଲା ନାବାଳିକାଙ୍କ ପରିଚୟ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଉଦଳା : ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: ୪ ଶିକାରୀ ଗିରଫ
  • ||
  • ଆମେରିକାର ଏକଚାଟିଆ ନୀତିକୁ କରାଯିବନି ବରଦାସ୍ତ: ୟୁରୋପର ଦୀର୍ଘମିଆଦୀ ରଣନୀତି, ଅସ୍ତ୍ର ଭଣ୍ଡାର ୩୦% ବଢ଼ାଯିବ
  • ||
  • ଦୁଇ ଦିନର ବିରତି ପରେ ସରଗରମ ହେବ ବିଧାନସଭା, ନାରୀ ନିର୍ଯାତନା ପ୍ରସଙ୍ଗରେ କମ୍ପିବ ଗୃହ
  • ||
  • ଆଇପିଏଲ୍‌ ୨୦୨୫: ଆଜି କ୍ୟାପିଟାଲ୍ସ- ସୁପରଜାଏଣ୍ଟ୍‌ସ ଫାଇଟ୍, ପୁରୁଣା ଦଳ, ନୂଆ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ହେବ ଟକ୍କର
  • ||
  • ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି କଣ୍ଟିଲୋରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି
  • ||

ଭୁବନେଶ୍ୱରରେ ଭିନ୍ନକ୍ଷମ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ: ଆଜିଠୁ ମାର୍ଚ୍ଚ ୧୦ ଯାଏ ଆବେଦନ, ୧୯ରେ ପୁରସ୍କାର

Published By : Prameya | February 17, 2025 2:51 PM

ଭୁବନେଶ୍ୱର,୧୭/୦୨: ଦିବ୍ୟାଙ୍ଗଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଭୁବନେଶ୍ୱରରେ ହେବାକୁ ଯାଉଛି ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର  ମହୋତ୍ସବ ତଥା ପ୍ରତିଯୋଗିତା । ଓଡ଼ିଶା ସରକାରଙ୍କ ସାମାଜିକ  ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭୁବନେଶ୍ୱରରେ ଏହା  କରିବାକୁ ମନସ୍ଥ କରିଛନ୍ତି। ଏହି ଚଳଚ୍ଚିତ୍ର ମହୋତ୍ସବର ଶୀର୍ଷକ  ରହିଛି "ସାମର୍ଥ୍ୟ’ । ସିନେମାର ଅବଧି ଦୁଇରୁ ପାଞ୍ଚ ମିନିଟ  ପର୍ଯ୍ୟନ୍ତ ରହିବ । ଏ ନେଇ ବିଭାଗ ଓ ଆର୍‌ଆର ଇଭେଣ୍ଟ୍‌ସ  ଆଣ୍ଡ ସିନେ ପ୍ରଡକ୍ସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା  ଦିଆଯାଇଛି । 

ଏଥିରେ ଭାଗ ନେବାକୁ ଚାହୁଁଥିବା ପ୍ରତିଯୋଗୀ ଆଜିଠାରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ  ଆବେଦନ କରିପାରିବେ । ମାର୍ଚ୍ଚ ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ  ଏହାର ଯାଞ୍ଚ କରି ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଚୟନ କରାଯିବ । ମାର୍ଚ୍ଚ  ୧୯ରେ ଏକ କାର୍ଯ୍ୟକ୍ରମରେ ବଲିଉଡ୍‌ ଏବଂ ଓଲିଉଡ୍‌ ତାରକାଙ୍କ ସହ ଫିଲ୍ମ, ନିର୍ଦ୍ଦେଶକ, ନାୟକ, ନାୟିକାଙ୍କୁ ପୁରସ୍କାର ବିତରଣ  କରାଯିବ । ବିଭିନ୍ନ ବର୍ଗରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର  ଦିଆଯିବ ବୋଲି ଘୋଷଣା କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.