ଭୁବନେଶ୍ୱର,୨୫/୫: ବିଦ୍ୟାଜନକ ସୃଜନାନୁଷ୍ଠାନ ତରଫରୁ ଗତ ୫ ଦିନ ଧରି ଚାଲିଥିବା ସପ୍ତମ ଜାତୀୟ ନାଟ୍ୟ ମହୋତ୍ସବ ରବିବାର ଉଦଯାପିତ ହୋଇଛି । ଶେଷ ସନ୍ଧ୍ୟାରେ ଦେବଗଡ଼ର ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ତରଫରୁ ନାଟକ ଏକ ଭିନ୍ନ ନିଷ୍ପତ୍ତି ମଞ୍ଚସ୍ଥ ହୋଇଛି।
ଉଦଯାପନୀ ସନ୍ଧ୍ୟାରେ ଅତିଥିଭାବେ ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଓଡିଶା ସଂଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ ପ୍ରବୋଧ ରଥ, ନାଟ୍ୟ ନିର୍ଦ୍ଦେଶକ ନବଦୀପ ମହାଳିକ, ଆଲୋକରଞ୍ଜନ ବୋଷ, ଅନୁଷ୍ଠାନର ସଭାପତି ସୁଧାକର ପତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସମ୍ପାଦକ ଶୁଭକାନ୍ତ ପାଢ଼ୀ ପରିଚାଳନା କରିଥିଲେ ।