ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଭାରତ କେଉଁ ସବୁ କ୍ଷେତ୍ର ଉପରେ ପଡ଼ିବ ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ନୀତିର ପ୍ରଭାବ?

Published By : Soubhagya Ranjan | April 4, 2025 5:28 PM

Image source: ABP live

ନୂଆଦିଲ୍ଲୀ,୦୪/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିରୁଦ୍ଧରେ ୨୭ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଭାରତ ସହିତ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ମଧ୍ୟ ଟ୍ରମ୍ପଙ୍କ ଟାର୍ଗେଟରେ ଆସିଛନ୍ତି। ତଥାପି, ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ଭାରତ ପାଇଁ ବିପଦ ବଦଳରେ ସୁବର୍ଣ୍ଣ ସୁଯୋଗ ପ୍ରମାଣିତ ହୋଇପାରେ। ତେବେ ଏହି ପାରସ୍ପରିକ ଶୁଳ୍କ ବା ଟାରିଫ ଭାରତ ଉପରେ କେତେ ପ୍ରଭାବ ପକାଇବ ଆସନ୍ତୁ ଜାଣିବା?

ଟାରିଫ କ'ଣ?

ଟାରିଫ ଏକ ପ୍ରକାର କର ଅଟେ, ଯାହାକି କୌଣସି ବସ୍ତୁର ଆମଦାନୀ ଉପରେ ଲାଗୁ କରାଯାଇଥାଏ। ବିଭିନ୍ନ ବସ୍ତୁର ଆମଦାନୀ କରୁଥିବା ଦେଶକୁ ଏହି କର ଦେବାକୁ ପଡ଼ିଥାଏ। ସାଧାରଣତଃ କମ୍ପାନୀଗୁଡ଼ିକ ଟାରିଫ ବୋଝକୁ ଗ୍ରାହକଙ୍କ ଉପରେ ଲଦିି ଦେଇଥାଏ। 

ପାରଷ୍ପରିକ ଟାରିଫ କ'ଣ?

ପାରଷ୍ପରିକ ଟାରିଫ ହେଉଛି କୌଣସି ରାଷ୍ଟ୍ର ଅନ୍ୟ ଦେଶ ଉପରେ ସେତିକି ଟାରିଫ ଲଗାଇବ, ଯେତିକି ସେହି ଦେଶ ଏହା ଉପରେ ଲଗାଇଛି। ଟ୍ରମ୍ପ ମଧ୍ୟ ଅନ୍ୟ ଦେଶ ଗୁଡ଼ିକ ଉପରେ ପାରଷ୍ପରିକ ଟାରିଫ ପାଇଁ ଧମକ ଦେଇଥିଲେ। ସେ କହିଥିଲେ ଯେ, 'ଆମେ ମଧ୍ୟ ଅନ୍ୟ ଦେଶ ଉପରେ ସେତିକି ଟାରିଫ ଲଗାଇବୁ, ଯେତିକି ସେମାନେ ଆମର ଉତ୍ପାଦ ଗୁଡ଼ିକ ଉପରେ ଲଗାଇଛନ୍ତି।'

ଆମେରିକା ଭାରତ ଉପରେ କେତେ ଟାରିଫ ଲଗାଇଛି?

ଭାରତରୁ ଆମେରିକାକୁ ରପ୍ତାନୀ କରାଯାଉଥିବା ଉତ୍ପାଦ ଯଥା ଷ୍ଟିଲ, ଆଲୁମିନିୟମ ଏବଂ ଅଟୋ ଉପରେ ପୂର୍ବରୁ ୨୫ ପ୍ରତିଶତ ଟାରିଫ ଲାଗୁଛି। ଅତିରିକ୍ତି ଉତ୍ପାଦ ଗୁଡ଼ିକ ଉପରେ ୫-୮ ଏପ୍ରିଲ ମଧ୍ୟରେ ୧୦ ପ୍ରତିଶତ ଟାରିଫ ଲାଗିବ। ଏହା ପରେ ୯ ଏପ୍ରିଲରୁ ଭାରତର ଉତ୍ପାଦ ଉପରେ ୨୭ ପ୍ରତିଶତ ଟାରିଫ ଲାଗୁହେବ। ଆମେରିକାର ଟାରିଫ ବାର୍‌ରେ ୬୦ରୁ ଅଧିକ ଦେଶ ପ୍ରଭାବିତ ହେବେ। 

କାହିଁକି ଟାରିଫ ଘୋଷଣା କଲା ଆମେରିକା:

ଆମେରିକା ଦାବି କରୁଛି ଯେ ଏହି ଶୁଳ୍କ ଆମେରିକାରେ ଘରୋଇ ଉତ୍ପାଦନକୁ ବୃଦ୍ଧି କରିବ ଏବଂ ବାଣିଜ୍ୟ ନିଅଣ୍ଟ ହ୍ରାସ କରିବ। ଆମେରିକା ଅନେକ ଦେଶ ସହିତ ବ୍ୟାପକ ବାଣିଜ୍ୟ ଅସନ୍ତୁଳନର ସମ୍ମୁଖୀନ ହେଉଛି। ଚୀନ୍ ସହିତ ଆମେରିକାର ବାଣିଜ୍ୟ ନିଅଣ୍ଟ ବହୁତ ବଡ଼। ୨୦୨୩-୨୪ ମସିହାରେ ଭାରତ ସହିତ ସାମଗ୍ରୀ ବାଣିଜ୍ୟରେ ଆମେରିକାର ବିତ୍ତିୟ ନିଅଣ୍ଟ ୩୫.୩୧ ବିଲିୟନ ଡଲାର ଥିଲା।

କେଉଁ କ୍ଷେତ୍ରକୁ ମିଳିଛି ଟାରିଫରୁ ମୁକ୍ତି?

ଥିଙ୍କ୍‌ଟ୍ୟାଙ୍କ୍‌ ଜିଟିଆର୍‌ଆଇ ଅନୁସାରେ ଅତ୍ୟାବଶ୍ୟକ ଏବଂ ରଣନୈତିକ ସାମଗ୍ରୀଗୁଡ଼ିକୁ ଶୁଳ୍କରୁ ଛାଡ଼ କରାଯାଇଛି। ଯେପରିକି ଫାର୍ମା, ସେମିକଣ୍ଡକ୍ଟର, ତମ୍ବା ଏବଂ ଇନ୍ଧନ, ଗ୍ୟାସ, କୋଇଲା ଏବଂ ଏଲଏନଜି ପରି ଶକ୍ତି ଉତ୍ପାଦ ଆଦି ଏଥିରେ ସାମିଲ। 

ଟାରିଫ ଯୋଗୁ ଭାରତ ଉପରେ କ'ଣ ପଡ଼ିବ ପ୍ରଭାବ?

ଭାରତ ସରକାରଙ୍କର ଅଧିକାରୀମାନଙ୍କର ସୂଚନା ଅନୁସାରେ, ବାଣିଜ୍ୟ ମନ୍ତ୍ରାଳୟ ଆମେରିକା ଦ୍ବାରା ଭାରତ ଉପରେ ଲଗାଯାଇଥିବା ୨୭ ପ୍ରତିଶତ ଟାରିଫର ପ୍ରଭାବର ବିଶ୍ଳେଷଣ କରାଯିବ। ଅବଶ୍ୟ ଏହାର କଡ଼ା ପ୍ରଭାବ ପଡ଼ିବ ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.