ଭୁବନେଶ୍ବର,୧୦।୧୧ : ଇସିଆଇଙ୍କ ହସ୍ତକ୍ଷେପ ଲୋଡିଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ବିଜେପି ପାଇଁ ସ୍ଥାନୀୟ ପ୍ରଶାସନ କାମ କରୁଥିବା ସେ ଅଭିଯୋଗ କରିଛନ୍ତି। ନୂଆପଡ଼ାରେ ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସେ ଇସିଆଇଙ୍କ ଅପିଲ କରିଛନ୍ତି। ସାଇଲେଣ୍ଟ ପିରିୟଡ଼ରେ ହୋଇଥିବା ଉଲଂଘନକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି ।
ନବୀନ କହିଛନ୍ତି, ନିର୍ବାଚନକୁ ପରିଚାଳନା କରିବା ହେଉଛି ଗଣତନ୍ତ୍ର ହଲମାର୍କ। କିନ୍ତୁ ନୂଆପଡ଼ା ଉପନିର୍ବାଚନର ମତଦାନର ୪୮ ଘଣ୍ଟା ପୂର୍ବର ସାଇଲେଣ୍ଟ ପିରିୟଡରେ ଏହାର ଉଲ୍ଲଂଘନ ହେଉଛି। ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ ସାଇଲେଣ୍ଟ ପିରିୟଡ ଆରମ୍ଭ ହେବା ପରେ ଜିଲ୍ଲା ବାହାରର କୌଣସି ରାଜନେତା ଓ ପ୍ରଚାରକ ରହିପାରିବେ ନାହିଁ। କିନ୍ତୁ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ ନୂଆପଡାରେ ହେଉଛି। ଜିଲ୍ଲା ବାହାରର ବିଜେପି ନେତା ଏବେ ବି ନୂଆପଡ଼ାରେ ବୁଲିବା ସହ ଭୋଟରକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି। ସ୍ଥାନୀୟ ବିଜେଡି ନେତା ଏନେଇ ଅଭିଯୋଗ କଲେ ତାଙ୍କୁ ପୋଲିସ ଅଟକ ରଖୁଛି। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୁଲିସ ଶାସକ ଦଳ ପାଇଁ କାମ କରୁଛନ୍ତି।ନିର୍ବାଚନର ନିରପେକ୍ଷତାକୁ ଉଲ୍ଲଂଘନ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।ଏହା ଗଣତନ୍ତ୍ରର ଭିତ୍ତିଭୂମିକୁ ପ୍ରଭାବିତ କରିବା ସହ ଲୋକଙ୍କ ବିଶ୍ବାସକୁ ନଷ୍ଟ କରୁଛି। ଏଭଳି କାର୍ଯ୍ୟ ଯଦି ଜାରି ରହେ, ତେବେ ନୂଆପଡ଼ା ଉପନିର୍ବାଚନର ବିଶ୍ବସନୀୟତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବ।
ନବୀନ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି ଯେ ୪୮ ଘଣ୍ଟାର ସାଇଲେଣ୍ଟ ପିରିୟଡ଼କୁ କଡ଼ାକଡ଼ି କରାଯାଉ। ଜିଲ୍ଲା ବାହାରର ରାଜନେତାଙ୍କ ତୁରନ୍ତ ବାହାର କରାଯାଉ। ଜିଲ୍ଲା ପ୍ରଶାସନ ଓ ପୁଲିସ ମିଳିତ ଭାବେ ନିରପେକ୍ଷତାର ସହିତ ନିର୍ବାଚନର ପ୍ରକ୍ରିୟାରେ କାର୍ଯ୍ୟ କରିବାକୁ ନବୀନ ଦାବୀ କରି