ଭୁବନେଶ୍ଵର, ୧୮/୦୩ : ବିଜୁ ନବୀନ ଇନସ୍ପିରେସନାଲ ଫାଉଣ୍ଡେସନ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ। ସ୍ପଷ୍ଟୀକରଣ ରଖିଲେ ବିଜେଡି ସୁପ୍ରିମୋ। କହିଲେ ବିଜୁ ବାବୁ ଚାରିଟି କାମ ପାଇଁ ଜଣାଶୁଣା ଥଲେ। ମୋ ଭାଇ ଭଉଣୀ ମୋତେ ଆନନ୍ଦ ଭବନ ଦାନ କରିଛନ୍ତି। ବେକ ଅପରେସନ ପାଇଁ ବମ୍ବେ ଦିଲ୍ଲୀ ଯାଇଥିଲି। ସେହି ସମୟରେ ଓକିଲ ଏବଂ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହ ଦେଖାସାକ୍ଷାତ କରିଥିଲି। ତାପରେ ଟ୍ରଷ୍ଟ କରିବା ପାଇଁ ନିଷ୍ପତ୍ତି ନେଇଥିଲି। ବେକ ଅପରେସନ ପୂର୍ବରୁ ବିଜୁ ବାବୁଙ୍କ ନାଁରେ ଓଡ଼ିଶାବାସୀଙ୍କ ପାଇଁ ଟ୍ରଷ୍ଟ ଖୋଲିବାକୁ ନିଷ୍ପତ୍ତି ନେଇଥିଲି। ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ମୋ ଫଣ୍ଡରୁ ୧ ଲକ୍ଷ ଟଙ୍କା ଦେଇଥିଲି। ଏହି ଫଣ୍ଡରେ ବିଜେଡି କିମ୍ବା ଅନ୍ୟ କିଛି ଫଣ୍ଡ ନାହିଁ।
ବାବୁ-ସନ୍ତୋଷଙ୍କ ଟାର୍ଗେଟ୍
ସେପଟେ ଶୂନ୍ୟକାଳରେ ବିଜେପି ବିଧାୟକ ବାବୁ ସିଂ ଫାଉଣ୍ଡେସନ ନେଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀରେ ବିଜୁ-ନବୀନ ଇନ୍ସପେରେସନାଲ ଫାଉଣ୍ଡେସନ ନାଁରେ ଟ୍ରଷ୍ଟ ଖୋଲା ଯାଇଛି। ହଜାର ହଜାର କୋଟି ଟଙ୍କା ହଡପ ପାଇଁ ଯୋଜନା ଚାଲିଛି। ରାଜ୍ୟସଭା ନିର୍ବାଚନରେ ଏହି ଟଙ୍କା ଖଟେଇଥିଲେ। ବିଜେଡିର ସର୍ବେସର୍ବା ଥିବା ସନ୍ୟାସୀ ଟଙ୍କା ହଡପ ପାଇଁ ଏହି ଫାଉଣ୍ଡେସନ ଗଠନ କରିଛନ୍ତି। ଏକଥାକୁ ବିଭ୍ରାନ୍ତ କରିବା ପାଇଁ ବିଜେଡି କଂଗ୍ରେସ ଏକାଠି ହୋଇଛନ୍ତି। ସେହିପରି ଓଡ଼ିଶାରେ ଫାଉଣ୍ଡେସନ ଟ୍ରଷ୍ଟ ନକରି ଦିଲ୍ଲୀରେ କାହିଁକି କରାଯାଇଛି ବୋଲି ବିଧାୟକ ସନ୍ତୋଷ ଖଟୁଆ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ, ବିଜୁ ଏବଂ ନବୀନ ବ୍ୟକ୍ତିଗତ ସମ୍ପତ୍ତି ନୁହଁନ୍ତି। ଓଡ଼ିଶାର ଅଗଣିତ ଲୋକେ ତାଙ୍କୁ ବର୍ଷ ବର୍ଷ ଧରି ଭଲ ପାଇବା ଦେଇଛନ୍ତି। ଏଥିରେ ସମ୍ପାଦକ ଥିବା ବ୍ୟକ୍ତି ଏବେ ରାଜନୈତିକ ବ୍ୟକ୍ତି ଏବଂ ଜଣେ ସାଂସଦ। ନିଜେ ସଂତୃପ ମିଶ୍ର କହିଛନ୍ତି ସେମିତି କିଛି ଫାଉଣ୍ଡେସନ ନାହିଁ। ତାଙ୍କ ନାଁରେ ଯଦି ଟ୍ରଷ୍ଟ ଗଠନ କରାଯାଇଛି ତାହା ଓଡ଼ିଶା ହିତରେ କରାନଯାଇ ଦିଲ୍ଲୀରେ କାହିଁକି କରାଯାଇଛି। ଏହାର ଫଣ୍ଡ ଏଯାଏଁ ପବ୍ଲିସ କରିବା ଏବଂ କାହା ସ୍ବାର୍ଥରେ ଏହା ଗଠନ ହୋଇଛି ତାହା ସ୍ପଷ୍ଟ ହେବା ଦରକାର।
ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନବୀନ
ଏସସିବି ହସ୍ପିଟାଲ ଅଗ୍ନିକାଣ୍ଡ ନେଇ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ, କଟକ ବଡ଼ ମେଡିକାଲ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲି। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ମୋ ସରକାର ସମୟରେ ଏକ ଘରୋଇ ହସ୍ପିଟାଲରେ ନିଆଁ ଲାଗିଥିଲା। ସେ ସମୟରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଇସ୍ତଫା ଦେଇଥିଲେ। ହେଲେ ସରକାରୀ ହସ୍ପିଟାଲରେ ନିଆଁ ଲାଗିଲା। ଅଥଚ ସରକାର ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା କରାଇ ଦେଲେନି। ଯାହାକି ଚିନ୍ତାଜନକ। ରାଜ୍ୟର ସମସ୍ତ ହସ୍ପିଟାଲ ଓ ସ୍ଵାସ୍ଥ୍ୟ ବ୍ୟବସ୍ଥାର ବିକାଶ ପାଇଁ ସରକାର ପଦକ୍ଷେପ ନେବା କଥା।
'ରାଜ୍ୟରେ ଏବେ ବିକ୍ରମ-ବେତାଳ ଏକାଠି'
ଏହି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ୍ କରି ବାବୁ ସିଂ କହିଛନ୍ତି ଯେ, ରାଜ୍ୟରେ ଏବେ ବିକ୍ରମ-ବେତାଳ ଏକାଠି। ରାଜ୍ୟସଭାରେ ବିଜେପି ସପକ୍ଷରେ ଭୋଟ ଦେଲା ବେଳେ ବେଇମାନ ନଥିଲେ ବିଜେଡି ସାଂସଦ। ଏବେ କାହିଁକି ବିଜେଡି ବିଧାୟକ ବେଇମାନ। ଏସସିବିରେ ଘଟିଥିବା ଦୁର୍ଘଟଣା ଆକସ୍ମିକ ଥିଲା। ବିରୋଧୀ ଦଳ ସରକାରର ଗୋଟିଏ ଅଙ୍ଗ। ଦୁଇ ଦିନ ତଳେ ମୁହଁରେ କଳା ଏମିତି ବୋଳା ହୋଇଛି ଯେ ସଭାପତି ମୁହଁ ଦେଖେଇ ପାରୁନାହାନ୍ତି। ତାମିଲନାଡୁରୁ ଆସି ଲୁଙ୍ଗି ରାଜନୀତି କରୁଥିଲେ ବୋଲି ମୁଖା ଖୋଲି ଯାଇଛି। ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଭୋରରୁ ମେଡିକାଲ ଯାଇ ଘଟଣାର ତର୍ଜମା କରିଛନ୍ତି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ କହି ସାରିଛନ୍ତି।
ଏହି ଖବରଟିକୁ ପଢନ୍ତୁ- SCB ତାତିରେ ବିଧାନସଭା ହୁଲୁସ୍ତୁଲୁ, ବିରୋଧୀଙ୍କ କୋକେଇ ଶୋଭାଯାତ୍ରା, 'ରାମ ନାମ ସତ୍ୟ ହେ' ନାରାବାଜିରେ କମ୍ପିଲା ଗୃହ