ଭୁବନେଶ୍ୱର ୧୮/୦୮: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସୋମବାର ଅପରାହ୍ନରେ ସମ୍ ଅଲ୍ଟିମେଟ ମେଡିକେୟାରର ଅବଜରଭେସନ୍ ରୁମ୍ରୁ କ୍ୟାବିନ୍କୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ଏବଂ ତାଙ୍କ କଣ୍ଡିସନ୍ ଷ୍ଟେବୁଲ ରହିଥିବା ସମ୍ମମ ପକ୍ଷରୁ ଏକ ମେଡିକାଲ୍ ବୁଲେଟିନ୍ରେ କୁହାଯାଇଛି।
ଗତ ରବିବାର ଅପରାହ୍ନରେ ଡିହାଇଡ୍ରେସନ୍ ଯୋଗୁଁ ତାଙ୍କୁ ସମ୍ମମକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ସେ ସତେଜ ଅନୁଭବ କରୁଛନ୍ତି ଏବଂ ତାଙ୍କ ଚିକିତ୍ସା ଜାରି ରହିଛି ବୋଲି ସମ୍ମମ୍ ବୁଲେଟିନ୍ରେ କୁହାଯାଇଛି ।