ଭୁବନେଶ୍ବର,୧୪।୧୧ : ନୂଆପଡ଼ା ଉପନିର୍ବାଚନ ଫଳାଫଳ ଘୋଷଣା ପରେ କର୍ମୀ ଓ ନେତାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ନୂଆପଡ଼ା ଉପନିର୍ବାଚନରେ ଯେଉଁ ନେତା, କର୍ମୀ ଓ ସମର୍ଥକ ବିଜେଡି ପାଇଁ ଏକାଠି ହୋଇଥିଲେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ। ବିଜେପିର ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
‘ନିର୍ବାଚନ ଆସିବ ଯିବ । କିନ୍ତୁ ଆମମାନଙ୍କର ଜନତାଙ୍କ ପ୍ରତି ବିଶ୍ବାସ ସେମିତି ରହିବ। ବିଜେଡି ଅନେକ ଉତଥାନ- ପତନ ଦେଖିଛି। ଦଳ ଲୋକଙ୍କ ସେବା ସବୁବେଳେ ଜାରି ରଖିଛି। ଓଡିଶାବାସୀଙ୍କ ପାଇଁ ଲଢେଇ ଜାରି ରହିବ ବୋଲି ନବୀନ କହିଛନ୍ତି।