ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମୁଲୁଗୁରେ ନକ୍ସଲଙ୍କ ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କୁ ନିର୍ମମ ହତ୍ୟା

Published By : Prameya | November 22, 2024 9:05 AM

ମାଲକାନଗିରି ୨୨/୧୧ : ମାଲକାନଗିରିରେ ନକ୍ସଲଙ୍କ ଆତଙ୍କ। ପୋଲିସ୍ ଇନଫର୍ମର  ସନ୍ଦେହରେ ଦୁଇ ଜଣ ଗ୍ରାମ ବାସୀଙ୍କ ବର୍ବର ଭାବେ ହତ୍ୟା କଲେ ଲାଲ୍ ବାହିନୀ । ମାଲକାନଗିରି ତେଲେଙ୍ଗାନା ସିମାନ୍ତ ମୁଲୁଗୁ ଜିଲ୍ଲାରେ ଦେଖିବାକୁ ମିଳିଛି ହିଂସା କାଣ୍ଡ । 

ସୂଚନା ଅନୁଯାଇ ଯେ, ଗୁରୁବାରବିଳମ୍ବିତ ରାତିରେ ୩୦ରୁ ୪୦ ଜଣ ସଶସ୍ତ୍ର ନକ୍ସଲ ମୁଲୁଗୁ ଜିଲ୍ଲାର ଓ୍ବାଜେଡୁ ବ୍ଲକ ଅନ୍ତର୍ଗତ ପେନୁଗୋଲୁ ଗାଁରେ ପହଞ୍ଚି ଦୁଇ ଜଣ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ହତ୍ୟା କରିବା ପରେ ମୃତଦେହ ଉପରେ ମାଓବାଦୀ ମାନେ ପୋଷ୍ଟର ଛାଡି ଯାଇଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ଯେ, ଏହି ଦୁଇ ଜଣ ବ୍ୟକ୍ତି ପୋଲିସ ଇନଫର୍ମର ଭାବେ କାର୍ଯ୍ୟ କରୁଥିଲେ ସେଥିପାଇଁ ଏମାନଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି । ମୃତ ଦୁଇ ଜଣ ହେଉଛନ୍ତି ପେନୁଗୋଲୁ କଲୋନୀର ପଞ୍ଚାୟତ ସଚିବ ଉଇକା ରମେଶ ଏବଂ ଅର୍ଜୁନ । ନକ୍ସଲ ପନ୍ଥିଙ୍କ ଏହି ହତ୍ୟାକାଣ୍ଡ ପରେ ସେ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ପୋଲିସ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.