ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଛୁଆଙ୍କୁ ଧରି ବୁଲୁଛି କଳା ବାଘୁଣୀ, ବନ ବିଭାଗ କ୍ୟାମେରାରେ ଦୃଶ୍ୟ କଏଦ

Published By : Prameya | January 4, 2025 9:01 AM

ନୟାଗଡ଼,୦୪/୦୧: ନୟାଗଡ଼ ଜଙ୍ଗଲରେ କଳା ବାଘ ରହିଥିବା ବହୁ ଦିନ ପୂର୍ବରୁ ଜଣାପଡ଼ିଥିଲା । ହେଲେ ନୂଆ ବର୍ଷରେ ସେହି  କଳା ବାଘମାନଙ୍କ ମଧ୍ୟରୁ ଏକ ବାଘୁଣୀ ତା’ର ଛୁଆକୁ ପାଟିରେ କାମୁଡ଼ି ସୁରକ୍ଷିତ ସ୍ଥାନକୁ  ନେଇ ଯାଉଥିବା ବନ ବିଭାଗ କ୍ୟାମେରାରେ  ରେକର୍ଡ ହୋଇଛି । ଯାହାକୁ ନେଇ ବନ ବିଭାଗ  କର୍ମଚାରୀ ସମେତ ବନ୍ୟପ୍ରାଣୀ ପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।  

ନୟାଗଡ଼ ଡିଏଫ୍‌ଓ କ୍ଷମା ଷଡ଼ଙ୍ଗୀଙ୍କ ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲାରେ ନୂଆ  ବର୍ଷରେ ନୂଆ ଅତିଥି ଆସିଛନ୍ତି । କଳା  କଲରାପତରିଆ ବାଘୁଣୀ ୩ରୁ ୪ଟି ଛୁଆ  ପ୍ରସବ କରିଥିବା କ୍ୟାମେରାରେ ରେକର୍ଡ  ହୋଇଛି । ବାଘୁଣୀଟି ତା’ର ଗୋଟିଏ  ଛୁଆକୁ ପାଟିରେ କାମୁଡ଼ି ନିରାପଦ ସ୍ଥାନକୁ  ନେଉଥିବା ଦୃଶ୍ୟ ସମସ୍ତଙ୍କୁ ଖୁସି ଦେଇଛି ।  ନୟାଗଡ଼ ଜଙ୍ଗଲରେ ବାଘ ସଂଖ୍ୟା ପାଖାପାଖି  ୭୦ରୁ ୮୦ ହେବ । କିନ୍ତୁ କ୍ୟାମେରାରେ  ବାଘ ସଂଖ୍ୟା ପାଖାପାଖି ୬୦ରୁ ୭୦ ହେବ ।  

ଏଥିରୁ ଜିଲ୍ଲାରେ ବାଘ ସଂଖ୍ୟା ବଢ଼ୁଥିବା  ଅନୁମାନ କରାଯାଉଛି । ନୟାଗଡ଼ ପାଇଁ  ଏହା ଶୁଭଙ୍କର ବୋଲି ଡିଏଫ୍‌ଓ ଶ୍ରୀମତୀ  ଷଡ଼ଙ୍ଗୀ କହିଛନ୍ତି । ଶିକାରୀମାନଙ୍କ କବଳରୁ  କଲରାପତିରିଆ ବାଘକୁ ସୁରକ୍ଷା ଦେବାକୁ ବନ ବିଭାଗ ବହୁ ଉଦ୍ୟମ କରୁଛି । କଳା  ବାଘୁଣୀ ଏବଂ ତା'ର ଛୁଆମାନେ ସୁସ୍ଥ  ରହିଥିବା କହିଛନ୍ତି । ବାଘୁଣୀଟି ତା’ ପାଟିରେ  କାମୁଡ଼ି ନେଉଥିବା ତା’ଛୁଆର ରଙ୍ଗ ହଳଦିଆ  କିପରି ହୋଇଛି ନେଇ ଡିଏଫ୍‌ଓଙ୍କୁ ପ୍ରଶ୍ନ  କରାଯିବାରେ କହିଛନ୍ତି, ଏହି ବାଘ ଛୁଆଟି  ପରବର୍ତ୍ତୀ ମୁହୂର୍ତ୍ତରେ କଳା ହୋଇପାରେ କିମ୍ବା  ହଳଦିଆ ରଙ୍ଗର ହୋଇପାରେ । କଳା ବାଘୁଣୀ  ସହ ହଳଦିଆ ରଙ୍ଗର କଲରାପତରିଆ  ବାଘର ମିଶ୍ରଣରୁ କଳା ବାଘୁଣୀ ଛୁଆର  ରଙ୍ଗ ହଳଦିଆ ହୋଇପାରିଥାଏ  ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି । 

ବନ ବିଭାଗର କହିବା ଅନୁଯାୟୀ,  ନୟାଗଡ଼ ଜଙ୍ଗଲ ଗତ ୫ ବର୍ଷ ଭିତରେ  ବହୁତ ବୃଦ୍ଧି ପାଇଛି । ସେଥିରେ ବାସ  କରୁଥିବା ଜଙ୍ଗଲ ଜନ୍ତୁମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି  ପାଇଛି । ନୟାଗଡ଼ ଜଙ୍ଗଲ ଓ ସାତକୋଶିଆ  ଅଭୟାରଣ୍ୟରେ ପାଖାପାଖି ୬୦ରୁ ୭୦  ବାଘ ରହିଥିବା ଜଣାପଡ଼ିଛି । ଅନ୍ୟପଟେ  ବାର୍‌ହା, ହରିଣ, ଗୟଳ, କୁଟ୍ରା, ମୟୂର  ପ୍ରଭୃତି ବନ୍ୟଜନ୍ତୁ ଆଶାତୀତ ଭାବେ ବୃଦ୍ଧି  ପାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.