ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଦିଲ୍ଲୀରେ ୮୨.୫୩ କିଲୋଗ୍ରାମ କୋକେନ ଜବତ କଲା ଏନସିବି, ଆନୁମାନିକ ମୂଲ୍ୟ ୯ ଶହ କୋଟି ଟଙ୍କା

Published By : Ladu Kishor | November 15, 2024 10:43 PM

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ୮୨.୫୩ କିଲୋଗ୍ରାମ କୋକେନ ଜବତ କରିଛି । ଆନ୍ତର୍ଜାତୀୟ ବଜାରରେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୯ ଶହ କୋଟି ଟଙ୍କା ହେବ ବୋଲି କୁହାଯାଉଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ପ୍ରସଙ୍ଗରେ ସୂଚନା ପ୍ରଦାନ କରି କହିଛନ୍ତି ଯେ ଏହି ପୁନରୁଦ୍ଧାର ଭାରତକୁ ଡ୍ରଗ୍‌ସ ମୁକ୍ତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି।

ଗୃହମନ୍ତ୍ରୀ ଶାହାଙ୍କ ଅନୁଯାୟୀ, ଡ୍ରଗ୍ସ ଧରିବାରେ ଏନସିବି ଏକ ‘ବଟମ୍ ଟୁ ଟପ୍’ ଉପାୟ ଅବଲମ୍ବନ କରିଛି । ଯେତେବେଳେ ଦିଲ୍ଲୀର ଏକ କୋରିଅର କେନ୍ଦ୍ରରୁ କିଛି ପରିମାଣର ଡ୍ରଗ୍‌ସ ଜବତ କରାଯାଇଥିଲା, ସେତେବେଳେ ଏହାକୁ ଆଧାର କରି ସମଗ୍ର ନେଟୱାର୍କକୁ ବିଛା ଯାଇଥିଲା । ଅଧିକାରୀଙ୍କ କହିବାନୁସାରେ, ଏହାକୁ ଦିଲ୍ଲୀରୁ ଅଷ୍ଟ୍ରେଲିଆକୁ ପଠାଯାଉଥିଲା ଏବଂ ଏହାର ମୁଖ୍ୟ ନେତା ହେଉଛନ୍ତି ଦୁବାଇରେ ଅବସ୍ଥିତ ଏକ ବଡ ହାୱାଲା ବ୍ୟବସାୟୀ, ଯାହାର ଦିଲ୍ଲୀରେ ଯଥେଷ୍ଟ ପ୍ରଭାବ ରହିଛି ବୋଲି କୁହାଯାଉଛି । 

ଅନୁସନ୍ଧାନରୁ ଜଣାପଡିଛି ଯେ ଡ୍ରଗ୍ସର ଏହି ସାମଗ୍ରୀ ପ୍ରଥମେ ଅହମ୍ମଦାବାଦ ଏବଂ ସୋନିପାତରୁ ଦିଲ୍ଲୀକୁ ଅଣାଯାଇଥିଲା । ଏହି ମାମଲାରେ ପୋଲିସ ଦୁଇ ଅଭିଯୁକ୍ତ ଲୋକେଶ ଚୋପ୍ରା ଏବଂ ଅବଦେଶ ଯାଦବଙ୍କୁ ଗିରଫ କରିଛି । ଏହି ଜବତକୁ ଭାରତରେ 'ସ୍ଥଳ ଭିତ୍ତିକ' ସର୍ବ ବୃହତ ଜବତ ବୋଲି କୁହାଯାଉଛି । NCB ଏହି ଅପରେସନରେ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରିଥିଲା ଏବଂ ଅତି ଯତ୍ନର ସହିତ ଏହି ସାମଗ୍ରୀକୁ ଟ୍ରାକ୍ କରିଥିଲା । ଗୃହମନ୍ତ୍ରୀ ଶାହା କହିଛନ୍ତି ଯେ ଏହିପରି ଅନେକ ଅପରେସନରୁ ଏହା ସ୍ପଷ୍ଟ ହୋଇଯାଉଛି ଯେ ଡ୍ରଗ୍ସ ବିରୋଧରେ ସରକାର ସମ୍ପୂର୍ଣ୍ଣ ସତର୍କ ଅଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.