ନୂଆଦିଲ୍ଲୀ : ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି) ସୋମବାର ଆଗାମୀ ଶୈକ୍ଷଣିକ ବର୍ଷରୁ ଶ୍ରେଣୀ ୯-୧୨ ପାଇଁ ବହିର ଦାମ୍ରେ ୨୦ ପ୍ରତିଶତର ରିହାତି ଘୋଷଣା କରିଛି। ଏହି ଘୋଷଣା ଏନସିଇଆରଟିର ନିର୍ଦ୍ଦେଶକ ଦିନେଶ ପ୍ରସାଦ ସକଲାନି ଏଏନଆଇର ଏକ କାର୍ଯ୍ୟକ୍ରମ ବେଳେ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଦିନେଶ ପ୍ରସାଦ ସକଲାନୀ କହିଛନ୍ତି ଯେ, ଏହା ପ୍ରଥମ ଥର , ଯେବେ ବହି ମୂଲ୍ୟରେ ଖୁବ୍ ହ୍ରାସ କରାଯାଇଛି। ସେ କହିଛନ୍ତି, ଚଳିତ ବର୍ଷ ଏନସିଇଆରଟି କାଗଜର କ୍ରୟରେ ବହୁତ ଦକ୍ଷତା ଆଣିଛି ଏବଂ ନୂଆ ପ୍ରିଣ୍ଟିଂ ମେସିନ୍ ସହ ପ୍ରିଣ୍ଟରକୁ ମଧ୍ୟ ସାମିଲ କରିଛି। ଏନସିଇଆରଟି ଏହି ଲାଭକୁ ଦେଶର ଛାତ୍ରଛାତ୍ରୀ ଯାଏ ପହଞ୍ଚାଇବାର ନିଷ୍ପତ୍ତି ନେଇଛି।

ଆଗାମୀ ଏକାଡେମିକ ଇୟର( ଶୈକ୍ଷଣିକ ବର୍ଷ) ପାଇଁ ଶ୍ରେଣୀ ୯-୧୨ ର ସବୁ ବହିକୁ ଏନସିଇଆରଟି ଦ୍ୱାରା ବର୍ତ୍ତମାନ ଥିବା ମୂଲ୍ୟରୁ ୨୦ ପ୍ରତିଶତ କମ୍ ମୂଲ୍ୟରେ ବିକ୍ରି କରାଯିବ। ଏନସିଇଆରଟିର ଇତିହାସରେ ଏହା ପ୍ରଥମ ଅଭୂତପୂର୍ବ। ଏହି ମଧ୍ୟରେ , ଶ୍ରେଣୀ ୧-୮ ପାଇଁ ବହିର ଖୁଚୁରା ବିକ୍ରି ୬୫ ଟଙ୍କା ପ୍ରତି କପିରେ ଜାରି ରହିବ।
ସକଲାନି ଏହି ସୂଚନା ଏନସିଇଆରଟି ମୁଖ୍ୟାଳୟରେ ଅଡିଟୋରିୟମର ନିର୍ମାଣ ପାଇଁ ଭୂମି ପୂଜନ ବେଳେ କହିଛନ୍ତି। ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରି ଥିଲେ। କାର୍ଯ୍ୟକ୍ରମ ବେଳେ ଏନସିଇଆରଟିର ବହିକୁ ସମସ୍ତଙ୍କ ପାଖେ ପହଞ୍ଚାଇବାକୁ ଏନସିଇଆରଟି ଓ ଫ୍ଲିପକାର୍ଟ ମଧ୍ୟରେ ଏକ ବୁଝାମଣା ଚୁକ୍ତି ସ୍ୱାକ୍ଷରିତ ହୋଇଛି।
ଉଲ୍ଲେଖନୀୟ ଯେ, ପ୍ରତି ବର୍ଷ, ଏନସିଇଆରଟି ପାଖାପାଖି ୩୦୦ଶୀର୍ଷକ ମଧ୍ୟରେ ପାଖାପାଖି ୪-୫ କୋଟି ବହିକୁ ପ୍ରିଣ୍ଟ କରିଥାଏ ।ଏନସିଇଆରଟି ନିକଟରେ ଆମାଜନ ଭଳି ଇ-କମର୍ସ ପ୍ଲାଟଫର୍ମ ସହ ବୁଝାମଣାର ମାଧ୍ୟମରେ ନିଜର ବିକ୍ରିକୁ ପ୍ରସାର କରିଛି।