ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ବୈଦେଶିକ ସଚିବ ବିକ୍ରମ ମିସ୍ରିଙ୍କ ଝିଅଙ୍କୁ ଟ୍ରୋଲ, ବ୍ୟକ୍ତିଗତ ନମ୍ବର ମଧ୍ୟ ଲିକ୍ କଲେ ଟ୍ରୋଲର: ଜାତୀୟ ମହିଳା କମିଶନ ପକ୍ଷରୁ ଦୃଢ ନିନ୍ଦା

Published By : Prameya | May 12, 2025 7:15 PM

ନୂଆଦିଲ୍ଲୀ୧୨।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ମଧ୍ୟରେ ହୋଇଛି ଅସ୍ତ୍ରବିରତି । ଏହି ଘୋଷଣା ପରେ, ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରିଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ଆରମ୍ଭ ହୋଇଯାଇଛି। ଅନେକ ଟ୍ରୋଲର୍ ବିକ୍ରମ ମିସ୍ରିଙ୍କ ପୁରୁଣା ଫଟୋ ପୋଷ୍ଟ କରିଥିଲେ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। ଟ୍ରୋଲିଂ ମଧ୍ୟରେ ବିକ୍ରମ ମିସ୍ରି ତାଙ୍କ 'ଏକ୍ସ' ଆକାଉଣ୍ଟର ପୋଷ୍ଟଗୁଡ଼ିକୁ ପ୍ରୋଟେକ୍ଟ କରିଛନ୍ତି। ଏହି ମାମଲାକୁ ନେଇ ଜାତୀୟ ମହିଳା କମିଶନ (NCW) ନିନ୍ଦା କରିଛି।

ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରିଙ୍କ ଝିଅ ପ୍ରତି ଅନଲାଇନ୍ ଦୁର୍ବ୍ୟବହାରକୁ ଜାତୀୟ ମହିଳା କମିଶନ ଦୃଢ଼ ନିନ୍ଦା କରିଛି। କମିଶନ ବୈଦେଶିକ ସଚିବଙ୍କ ଝିଅଙ୍କ ବ୍ୟକ୍ତିଗତ ଯୋଗାଯୋଗ ବିବରଣୀ ସେୟାର କରିବା ଘଟଣାକୁ ଅତ୍ୟନ୍ତ ଦାୟିତ୍ୱହୀନ ବୋଲି କହିଛନ୍ତି। କମିଶନ କହିଛନ୍ତି ଯେ ଏହା ଗୋପନୀୟତାର ଏକ ଗୁରୁତର ଉଲ୍ଲଂଘନ, ଯାହା ସେମାନଙ୍କ ସୁରକ୍ଷାକୁ ବିପଦରେ ପକାଉଛି। କମିଶନ୍ କହିଛନ୍ତି, ବିକ୍ରମ ମିସ୍ରିଙ୍କ ପରି ଦେଶର ବରିଷ୍ଠତମ ପ୍ରଶାସିନକ ଅଧିକାରୀଙ୍କ   ପରିବାର ସଦସ୍ୟଙ୍କ ଉପରେ ଏପରି ବ୍ୟକ୍ତିଗତ ଆକ୍ରମଣ କେବଳ ଗ୍ରହଣୀୟ ନୁହେଁ ବରଂ ନୈତିକ ଦୃଷ୍ଟିରୁ ମଧ୍ୟ ସ୍ବୀକାର ଯୋଗ୍ୟ ନୁହେଁ। କମିଶନ କହିଛି, ଆମେ ସମସ୍ତଙ୍କୁ ଶାଳୀନତା, ସଭ୍ୟତା ଏବଂ ସଂଯମତା  ବ୍ୟବହାର କରିବାକୁ ଅନୁରୋଧ କରୁଛୁ।

ଉଲ୍ଲେଖନୀୟ ଯେ, ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି, ସେନା କର୍ଣ୍ଣେଲ ସୋଫିଆ କ୍ୟୁରେଶୀ ଏବଂ ବାୟୁସେନା ଅଧିକାରୀ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଆରମ୍ଭ ହୋଇଥିବା 'ଅପରେସନ ସିନ୍ଦୂର'ର ପ୍ରତିଟି ସୂଚନା ସାମ୍ବାଦିକ ସମ୍ମିଳନୀରେ ଦେଉଥିଲେ। ଏହି ତିନି ଅଧିକାରୀ ଗତ କିଛି ଦିନ ଧରି ସେନାର ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ବିଷୟରେ ବିଶ୍ୱକୁ ଜଣାଇବା ପାଇଁ ଲଗାତାର ପ୍ରେସ ବ୍ରିଫିଂ କରିଥିଲେ। ଯେତେବେଳେ ହଠାତ୍ ଅସ୍ତ୍ରବିରତି ଘୋଷଣା କରାଗଲା, ସେତେବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଯେଉଁ କାରଣରୁ ଟାର୍ଗେଟରେ ଆସିଯାଇଥିଲେ  ବିକ୍ରମ ମିସ୍ରି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.