ପ୍ରମୂଖ ଖବର
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ଏନ୍‌ସି କ୍ଲାସିକ: ୮୬.୧୮ ମିଟରର ଗୋଲ୍ଡେନ୍ ଥ୍ରୋ ଫିଙ୍ଗି ନୀରଜ ଚାମ୍ପିଅନ୍, ଜୁଲିୟସଙ୍କୁ ରୌପ୍ୟ, ରମେଶଙ୍କୁ ବ୍ରୋଞ୍ଜ

Published By : Prameya | July 6, 2025 9:29 AM

ବେଙ୍ଗାଲୁରୁ, ୬/୦୭: ବେଙ୍ଗାଲୁରୁର  ଶ୍ରୀ କ୍ରାନ୍ତିରବ ଷ୍ଟାଡିୟମରେ ଆୟୋଜିତ  ଏନ୍‌ସି କ୍ଲାସିକ ପ୍ରଥମ ସଂସ୍କରଣରେ  ଅଲିମ୍ପିଆନ ନୀରଜ ଚୋପ୍ରା ଚାମ୍ପିଅନ  ହୋଇଛନ୍ତି । ସେ ୮୬.୧୮ ମିଟର ଜାଭେଲିନ  ଫିଙ୍ଗିଥିଲେ । କେନିଆର ଜୁଲିୟସ ୟେଗୋ  ୮୪.୫୧ ମିଟର ସହ ରୌପ୍ୟ ଏବଂ  ଶ୍ରୀଲଙ୍କାର ରମେଶ ପାଥିରାଗ ୮୪.୩୪  ମିଟର ସହ ବ୍ରୋଞ୍ଜ ପଦକ ଜିତିଥିଲେ । 

ଭାରତରେ ପ୍ରଥମ ଥର ଏହି  ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ନୀରଜଙ୍କ ନାମରେ ପ୍ରତିଯୋଗିତାର ନାମକରଣ କରାଯାଇଥିଲା । ମୋଟ୍‌ ୧୨ ଜଣ  ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ  ମଧ୍ୟରେ ୫ ଜଣ ଭାରତୀୟ (ସାହିଲ  ସିଲୱାଲ, ରୋହିତ ଯାଦବ, ଯଶବୀର ସିଂ,  ସଚିନ ଯାଦବ ଓ ନୀରଜ ଚୋପ୍ରା) ଥିଲେ । ପ୍ରତିଯୋଗିତା ଆରମ୍ଭରୁ ସାଂସ୍କୃତିକ  କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହାପରେ ପ୍ରତିଯୋଗିତା ଆରମ୍ଭ  ହୋଇଥିଲା । ନୀରଜ ପ୍ରଥମ ରାଉଣ୍ଡରେ  ଫାଉଲ ମାରିଥିଲେ । ଅନ୍ୟମାନେ କେହି ୮୦  ମିଟର ଛୁଇଁପାରି ନଥିଲେ । ଦ୍ୱିତୀୟ ରାଉଣ୍ଡରେ  ନୀରଜ ୮୨.୯୯ ମିଟର ଫିଙ୍ଗିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ କେବଳ ଜୁଲିୟସ  (୮୦.୦୭) ୮୦ ମିଟର ଅତିକ୍ରମ କରିଥିଲେ । 

ତୃତୀୟ ରାଉଣ୍ଡରେ ନୀରଜ ଶ୍ରେଷ୍ଠ  ପ୍ରଦର୍ଶନ ( ୮୬.୧୮ ମିଟର) ଦେଇଥିଲେ ।  ସଚିନ ମଧ୍ୟ ( ୮୨.୩୩) ଭଲ ଥ୍ରୋ  କରିଥିଲେ । ପାଥିରାଗ ୮୪.୩୪ ମିଟର ଫିଙ୍ଗି  ପଦକ ଦୌଡ଼ରେ ସାମିଲ ହୋଇଥିଲେ । ଏହି  ରାଉଣ୍ଡ ପରେ ୪ ଜଣ ବାଦ ପଡ଼ିଥିଲେ ।  ଅବଶିଷ୍ଟ ୩ ରାଉଣ୍ଡରେ ୮ ଜଣ ଥ୍ରୋ ସାମିଲ  ଥ୍ରୋ କରିଥିଲେ । ୪ର୍ଥ ରାଉଣ୍ଡରେ ଜୁଲିୟସ  ୮୪.୫୧ ମିଟର ଫିଙ୍ଗିଥିଲେ । ଅନ୍ୟ  ସମସ୍ତଙ୍କର ଫାଉଲ ହୋଇଥିଲା । ଶେଷ ଦୁଇ  ରାଉଣ୍ଡରେ କେହି ସେମିତି ଭଲ ପ୍ରଦର୍ଶନ  କରିପାରି ନଥିଲେ । ନୀରଜ ୫ମ ରାଉଣ୍ଡରେ  ୮୪.୦୭ ମିଟର ଏବଂ ଷଷ୍ଠ ରାଉଣ୍ଡରେ ୮୨.୨୨  ମିଟର ଫିଙ୍ଗି ଅଭିଯାନ ଶେଷ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.