ନୂଆଦିଲ୍ଲୀ: ପଶ୍ଚିମବଭ୍ଗରେ ଟିଏମସି ସରକାର ଗଲା, ଦଳ ଏବେ ଭାଗ ଭାଗ ହୋଇଗଲା । କ୍ଷମତା ଗଲା ପରେ ଦିଦିଙ୍କ ଛାମୁଆ ନେତା ଏବେ ପାଲଟିଛନ୍ତି ବିଦ୍ରୋହୀ । ରାଜ୍ୟରେ ବିଧାୟକଙ୍କ ପରେ ଦିଲ୍ଲୀରେ ସାଂସଦ ମଧ୍ୟ ଦୁଇ ଗୋଷ୍ଠୀ ହୋଇଛନ୍ତି । ଏକଦା ମମତାଙ୍କ ପ୍ରିୟ ଶିକ୍ଷ୍ୟା କୁହାଯାଉଥିବା ସାୟୋନୀ ଘୋଷ ମଧ୍ୟ ଛାଡ଼ିଛନ୍ତି ଦିଦିଙ୍କ ହାତ । ସେ ବିଦ୍ରୋହୀ ଗୋଷ୍ଠୀରେ ରହିଥିବାବେଳେ ତାଙ୍କୁ ନେଇ ସବୁଠି କରାଯାଉଛି ସମାଲୋଚନା । ସର୍ବଦା ବିଜେପିକୁ ଟାର୍ଗେଟ କରି ଆସୁଥିବା ସାୟୋନୀ ଏବଂ ଏନଡିଏକୁ କରିବେ ସମର୍ଥନ । ନିର୍ବାଚନା ସମୟରେ ବିଭିନ୍ନ ଗୀତ ଗାଇ ପ୍ରଚାରରେ ଚର୍ଚ୍ଚିତ ହୋଇଥିବା ସାୟୋନୀଙ୍କ ସହ ବିଜେପିକୁ ସମାଲୋଚନା କରିଛନ୍ତି ଆପ୍ ସାଂସଦ ସଞ୍ଜୟ ସିଂହ ।
ସେ କହିଛନ୍ତି କି, ଆଜିକାଲି ଦଳ ଗୁଡ଼ିକୁ ଭାଙ୍ଗିବାରେ ଏଜେନ୍ସି ମାନଙ୍କୁ ବ୍ୟବହାର କରାଯାଉଛି । ଟିଏମସିକୁ ଭଙ୍ଗାଗଲା । ମୁସଲିମ ସାଂସଦ ବୋଲି କହି ସମାଲୋଚନା କରୁଥିବା ନେତାଙ୍କୁ କେମିତି ସାମିଲ କରୁଛ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ସାୟୋନୀ ଯେବେ ‘କାବା ମଦୀନା କା ବାବା’ ଗୀତ ଗାଇବା ପରେ ହେଲିକପ୍ଟରରେ ସେଠାରେ ପହଞ୍ଚିଥିଲ । କାବା ମଦିନା ଭାରତ ମାଟିରେ ନିର୍ମାଣ ହେବାକୁ ଦେବନାହିଁ ବୋଲି କହିଥିଲ । କିନ୍ତୁ ଏବେ କେମିତି କାବା ମଦୀନା ଗାଇଥିବା ବ୍ୟକ୍ତିଙ୍କୁ ସାଙ୍ଗରେ ନେଉଛ । ଆଉ ଏବେ ସେମାନେ ସାୟୋନୀଙ୍କ ସପକ୍ଷରେ ନାରା ଦେବେ କେମିତି ? ଏହାସହ ସଞ୍ଜୟ ସିଂହ କହିଛନ୍ତି କି, ସବୁ ରାଜ୍ୟରେ ଏମିତି ଡରାଇ ଧମକାଇ ଦଳ ଗୁଡ଼ିକୁ ଭାଙ୍ଗି ଦେଉଛ । ଏଭଳି ଭାବେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।
ଏହାସହ ପଢ଼ନ୍ତୁ: Naveen Patnaik: ରାଜ୍ୟରେ ବିପର୍ଯ୍ୟସ୍ତ ଭତ୍ତା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ