ନୂଆଦିଲ୍ଲୀ,୧୫/୦୫; ନିଟ୍ ୟୁଜି ପରୀକ୍ଷାକୁ ବଡ଼ ଖବର ସାମ୍ନାକୁ ଆସିଛି । ଆସନ୍ତା ଜୁନ୍ ୨୧ରେ ପୁଣି ଥରେ ହେର ନିଟ୍ ୟୁଜି ପରୀକ୍ଷା । ଏନଟିଏ ବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ନୂଆ ତାରିଖ ଘୋଷଣା କରିଛି । ମେ' ୩ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ଯୋଗୁଁ ବାତିଲ କରାଯାଇଥିଲା । ଏହି ପରୀକ୍ଷାରେ ୨୨ ଲକ୍ଷ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ, ତେଣୁ ବର୍ତ୍ତମାନ ସମସ୍ତ ପ୍ରାର୍ଥୀଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ପଡିବ । ବର୍ତ୍ତମାନ, ଜୁନ୍ ୨୧ରେ ପୁଣି ନିଟ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।
ଜୁନ୍ ୨୧ରେ ପୁଣି ପରୀକ୍ଷା- ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ପୁନଃପରୀକ୍ଷା ନେଇ ତାରିଖ ଘୋଷଣା କରିଛି । ଏକ୍ସରେ ଏକ ପୋଷ୍ଟରେ, NTA ଲେଖିଛି, "ଭାରତ ସରକାରଙ୍କ ଅନୁମୋଦନ ସହିତ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଜୁନ୍ ୨୧,୨୦୨୬ ରବିବାର NEET (UG) ପରୀକ୍ଷା ପୁନଃନିର୍ଦ୍ଧାରିତ କରିଛି । ପରୀକ୍ଷାର୍ଥୀ ଏବଂ ଅଭିଭାବକମାନଙ୍କୁ ଗୁଜର ଉପରେ ବିଶ୍ୱାସ ନକରି କେବଳ ସରକାରୀ NTA ଚ୍ୟାନେଲ ଉପରେ ନିର୍ଭର କରିବାକୁ ଅନୁରୋଧ କରାଯାଇଛି।" NTA ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛି । ପ୍ରାର୍ଥୀମାନେ ଯେକୌଣସି ସୂଚନା ପାଇଁ ୦୧୧୪୦୭୫୯୦୦୦ କିମ୍ବା ୦୧୧-୬୯୨୨୭୭୦୦ରେ ଯୋଗାଯୋଗ କରିପାରିବେ। [email protected] ଇମେଲ ମାଧ୍ୟମରେ ମଧ୍ୟ ସୂଚନା ପାଇପାରିବେ।
ଏହା ବି ପଢନ୍ତୁ...‘ମାଫିଆ-ଷ୍ଟାଇଲ’ ବିଜନେସ ମଡେଲରେ NEET-UG ପ୍ରଶ୍ନପତ୍ର ଲିକ୍, କୋଚିଂ ସେଣ୍ଟର-ପ୍ରଶ୍ନପତ୍ର ଲିକ୍ ସିଣ୍ଡିକେଟ ମଧୁଚନ୍ଦ୍ରିକାରେ ଚାଲିଥିଲା ବେପାର
📢 NEET (UG) 2026 — Examination Date Announced
— National Testing Agency (@NTA_Exams) May 15, 2026
The National Testing Agency, with the approval of the Government of India, has scheduled the re-examination of NEET (UG) 2026 on Sunday, 21 June 2026.
Candidates and parents are requested to rely only on the official channels of NTA.…
ଏହା ବି ପଢନ୍ତୁ...NEET Paper Leak Case: ମହାରାଷ୍ଟ୍ର ନାସିକରୁ ଆସିଲା କନେକ୍ସନ, ପୁଲିସ ହେପାଜତରେ ସନ୍ଦିଗ୍ଧ
ପେପର ଲିକ୍ ଘଟଣାର ତଦନ୍ତ କରୁଛି ସିବିଆଇ- ପେପର ଲିକ୍ ପରେ, NTA ଘୋଷଣା ମେ ୩ରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରଥିଲା । ପୁନଃ ପରୀକ୍ଷା ତାରିଖ ଘୋଷଣା କରିବା ନେଇ କହିଥିଲା । NEET ୨୦୨୬ ପେପର ଲିକ୍ ମାମଲାକୁ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଯାଇଥିଲା । ଏହି ଘଟଣାରେ ହୋଇଥିବା ଅଭିଯୋଗର ଏକ ବ୍ୟାପକ ତଦନ୍ତ କରିବା ପାଇଁ ଏହା କରାଯାଇଥିଲା । NEET UG-୨୦୨୬ ପରୀକ୍ଷାର କଥିତ ଅନିୟମିତତା ଏବଂ ପ୍ରଶ୍ନପତ୍ର ଲିକ୍ ମାମଲାରେ କ୍ରାଇମବ୍ରାଞ୍ଜ ଏବେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ କରାଯାଉଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଜୟପୁର, ଜଣେ ଗୁରୁଗ୍ରାମ ଏବଂ ଜଣେ ନାସିକରୁ ଗିରଫ ହୋଇଛନ୍ତି । ୧୨୦ଟି ପ୍ରଶ୍ନ ମ୍ୟାଚ କରୁଥିଲା ।