ନୂଆଦିଲ୍ଲୀ,୧୪/୦୬: ନିଟ୍ ୟୁଜି ୨୦୨୫ ରେଜଲ୍ଟ ପ୍ରକାଶ ପାଇଛି । ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ପରୀକ୍ଷା ଫଳ ପ୍ରକାଶ ପାଇଛି । neet.nta.nic.in ୱେବ୍‌ସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହୋଇଛି । ୧୨,୩୬, ୫୩୧ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ମହେଶ କୁମାର ସର୍ବଭାରତୀୟ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଉତ୍କର୍ଷ ୱାଧିଆ, ତୃତୀୟରେ କ୍ରିଷ୍ଣାଙ୍ଗ ଯୋଶୀ ରହିଛନ୍ତି । ପରୀକ୍ଷାର୍ଥୀଙ୍କୁ ଇମେଲ୍‌ ଜରିଆରେ ସ୍କୋର କାର୍ଡ ଦେଖିବାକୁ ପରାମର୍ଶ ଦିଆଯାଇଛି । ମେ ୪ରେ ଗୋଟିଏ ସିଫ୍ଟରେ ପରୀକ୍ଷା ହୋଇଥିଲା । ୨୨୦୯୩୧ ପିଲା ପରୀକ୍ଷା ଦେଇଥିଲେ । ସ୍ନେହାଶିଷ୍ ଦାସ ଓଡ଼ିଶା ଟପ୍ପର ହୋଇଛନ୍ତି । ସର୍ବ ଭାରତୀୟ ସ୍ତରରେ ତାଙ୍କୁ ୬୦ତମ ରାଙ୍କ୍‌ ମିଳିଛି । ସେହିପରି ଏସ୍‌ସି ବର୍ଗରେ ପବିତ୍ର ସେଠୀ ଷଷ୍ଠ ସ୍ଥାନରେ ରହିଛନ୍ତି ।

କିପରି କରିବେ ରେଜଲ୍ଟ ଚେକ୍ ?

୧.neet.nta.nic.in ୱେବସାଇଟ୍‌କୁ ଯାଆନ୍ତୁ

୨. ହୋମ୍‌ପେଜରେ ଲେଖାଥିବା ନିଟ୍ ୟୁଜି ୨୦୨୫ ଉପରେ କ୍ଲିକ କରନ୍ତୁ

୩. ଆପ୍ଲିକେସନ୍ ନମ୍ବର ଏବଂ ପାସ୍‌ୱାର୍ଡ ଦିଅନ୍ତୁ

୪. ନିଟ୍ ୟୁଜି ରେଜଲ୍ଟ ସ୍କ୍ରିନ୍‌ରେ ଶୋ କରିବ

୫. ଏହାପରେ ପିଡିଏଫ ଡାଉନ୍‌ଲୋଡ କରି ନିଅନ୍ତୁ

ନିଟ୍ ୟୁଜି ରେଜଲ୍ଟ ଓ କଟଅଫ୍ ଆଧାରରେ ମେଡିକାଲ କଲେଜରେ ଏମ୍‌ବିବିଏସ, ବିଡିଏସ ଏବଂ ଅନ୍ୟ ମେଡିକାଲ କୋର୍ସ ପାଇଁ ନାମ ଲେଖିବାକୁ କାଉନସିଲିଂ ପ୍ରକ୍ରିୟା ଆରମ୍ଭ ହେବ । ଏହା ଅଲ୍ ଇଣ୍ଡିଆ କୋଟା ଏବଂ ରାଜ୍ୟ କୋଟା ହିସାବରେ ଅଲଗା ଅଲଗା ଆୟୋଜିତ ହେବ । ଦେଶରେ ୭୮୦ ମେଡିକାଲ କଲେଜରେ ଆଡମିଶନ ପ୍ରକ୍ରିୟା ଆରମ୍ଭ ହେବ । ଭାରତରେ ୨୦୨୫ ଯାଏ ୧,୧୮,୧୯୦ ଏମ୍‌ବିବିଏସ୍‌ ସିଟ୍‌, ୨୭,୮୬୮ ବିଡିଏସ୍ ସିଟ୍ ଓ ୧,୨୦୫ ଏମ୍ସ  ସହ ୨୦୦ ଜେଆଇପିଏମ୍ଇପି ସିଟ୍ ରହିଛି । ନିଟ୍ ୟୁଜି କାଉନସିଲିଂ ପ୍ରଣାଳୀ ଅଧୀନରେ ସମସ୍ତ ମେଡିକାଲ ଶିକ୍ଷାନୁଷ୍ଠାନ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବେ । ସାଧାରଣତଃ ଜୁଲାଇ ମାସରେ କାଉନସିଲିଂ ହୋଇଥାଏ ।