ନୂଆଦିଲ୍ଲୀ,୫।୪: ନେପାଳ ସରକାର ରବିବାର ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହା ଅନୁସାରେ, ଏବେ ସରକାରୀ କାର୍ଯ୍ୟାଳୟ ପାଇଁ ଶନିବାର ଓ ରବିବାର ଦୁଇ ଦିନ ସପ୍ତାହିକ ଛୁଟି ଘୋଷିତ କରାଯିବ। ନୂଆ ନିଷ୍ପତ୍ତିରେ ସରକାରୀ ଅଫିସ ଖୋଲିବାର ସମୟ ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି।
ସରକାରଙ୍କ ମୁଖପାତ୍ର ସସ୍ମିତ ପୋଖରେଲ୍ କହିଛନ୍ତି, ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷା ସଂସ୍ଥାନ ଏବେ ଶନିବାର ଓ ରବିବାର ଛୁଟି ରହିବ। ସେ କହିଛନ୍ତି, ପେଟ୍ରୋଲିୟମ୍ ଯୋଗାଣରେ ସୃଷ୍ଟି ହୋଇଥିବା ସମସ୍ୟା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି। ନେପାଳରେ ଏବେ କେବଳ ଶନିବାର ସାପ୍ତାହିକ ଛୁଟି ମିଳୁଥିଲା, କିନ୍ତୁ ଚଳିତ ସପ୍ତାହରୁ ଏବେ ଶନିବାର ସହ ରବିବାର ମଧ୍ୟ ଛୁଟି ଦିନ ଘୋଷଣା କରାଯାଇଛି।
ମନ୍ତ୍ରୀ ପରିଷଦ ବୈଠକ ଶିକ୍ଷା ସଂସ୍ଥାକୁ ଛାଡି ଅନ୍ୟ ସରକାରୀ କାର୍ଯ୍ୟାଳୟର ସମୟ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ କରିବାର ନିଷ୍ପତ୍ତି ନିଆଯାଇଛି। ଏହି ସମୟ ସୀମା ଶିକ୍ଷା ଅନୁଷ୍ଠାନକୁ ଛାଡି ଅନ୍ୟ ସରକାରୀ କାର୍ଯ୍ୟାଳୟ ଉପରେ ଲାଗୁ ହେବ। ଆଜି ପର୍ଯ୍ୟନ୍ତ ନେପାଳରେ ସରକାରୀ ଅଫିସରେ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ କାମ ହେଉଥିଲା, ଯେଉଁରେ ସକାଳୁ ୧ ଘଣ୍ଟା ବଢାଇ ଦିଆଯାଇଛି। ଏହି ନୂଆ ବ୍ୟବସ୍ଥା ସୋମବାରଠାରୁ ପୁରା ଦେଶରେ ଲାଗୁ ହେବ। ସରକାରୀ ଅଫିସରେ ଏବେ କର୍ମଚାରୀଙ୍କୁ ସକାଳ ଏକ ଘଣ୍ଟା ଅର୍ଥାତ ୯ଟା ବେଳେ ରିପୋର୍ଟ କରିବାକୁ ହେବ, ଫଳରେ କାର୍ଯ୍ୟକ୍ଷମତା ପ୍ରଭାବିତ ହେବନି।
ଆହୁରି ପଢନ୍ତୁ :ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନୀଙ୍କ ବୟାନ, ଆମେରିକା ଠାରୁ ଅଲଗା ହୋଇ ଲାଭ ନାହିଁ...